କୌଣସି ଉପାୟ ନପାଇ ଗ୍ରାମବାସୀ ମିଳିତ ଭାବେ ଏହାକୁ ସଫା କରୁଛନ୍ତି । ପ୍ରତିବର୍ଷ ବର୍ଷା ସମୟରେ ପାହାଡର ପାଣି ଓ ମାଟି ଅତଡା ଗାଁ ଭିତରକୁ ପ୍ରବେଶ କରୁଛି । ଗତ ୩ ଦିନ ହେଲା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ବର୍ଷା ସତ୍ତ୍ୱେ ଗ୍ରାମବାସୀ ମିଳିତ ଭାବେ ଏହାକୁ ସଫେଇ କରୁଥିବା କହିଛନ୍ତି । ଯେ କୌଣସି ସମୟରେ ପାହଡ ତଳ ଗାଁ ଦବିଯିବା ଆଶଙ୍କା ମଧ୍ୟ ରହିଛି । ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଲଗାଣ ବର୍ଷାରେ ପାହାଡିଆ ଅଞ୍ଚଳର ସ୍ଥିତି ବେହାଲ

ରାୟଗଡା: ପ୍ରଥମ ବର୍ଷାରେ ଧସିଲା ପାହାଡ ପଶିଲା ପାଣି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ ଅନ୍ତର୍ଗତ କୋଡିପାରି ମରାପାସ ଗାଁରେ ପାହାଡ ଧସି ପାଣି ପଶିଛି । ମାଟି ଅତଡା ଖସିବାରୁ ଲୋକେ ନାହିଁ ନଥିବା ସମସ୍ୟାରେ ପଡିଛନ୍ତି । ୩ ଦିନ ଲଗାଣ ବର୍ଷାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ରଥଟଣାର ଡେମୋ ଦେଖାଇଲେ ପୋଲିସ ବାହିନୀ
ପୁରୀ: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ବିତୀୟରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋ
Download Argus News App
