କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଓ ଘଟଗାଁ ବନାଞ୍ଚଳରେ ମହାବଳ ବାଘ ଘୁରି ବୁଲୁଛି । ବାଘର ଗତିବିଧି ଜାଣିବା ପାଇଁ ବନ ବିଭାଗ ବିଭିନ୍ନ ଟ୍ରାପ କ୍ୟାମେରା ଲାଗାଇଛି । ଏହା ସହ ଅଟେଇ ସଂରକ୍ଷିତର ବିଭିନ୍ନ ପ୍ରବେଶ ପଥକୁ ସିଲ କରାଯାଇଛି । ବନ ବିଭାଗ ପେଟ୍ରୋଲିଙ୍ଗ କୁ ମଧ୍ୟ କଡ଼ାକଡ଼ି କରିଛି । ତେବେ ଏହା ପରେ ମଧ୍ୟ ଜଙ୍ଗଲ ଭିତରକୁ ଶିକାରୀ ଅବାଧରେ ପ୍ରବେଶ କରୁଥିବା ଦେଖାଯାଇଛି। ମଙ୍ଗଳବାର ପାଟଣା ବନାଞ୍ଚଳ ବଣ ମହୁଲଡିହା ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର ଉଦ୍ୟମ କରୁଥିବା ସମୟରେ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେମାନଙ୍କ ନିକଟରୁ ୧୪ଟି ଧନୁ, ୨୦ଟି କାଣ୍ଡ ତୀର ସହ ୨ଟି ଟାଙ୍ଗିଆ ଓ ଗୋଟିଏ କଟୁରୀ ଜବତ କରାଯାଇଛି। ଗିରଫ ଶିକାରୀ ମାନେ ବଣମହୁଲଡିହା ଗ୍ରାମର ପ୍ରଭାକର ମହାକୁଡ଼, କୈଳାଶ ମାଝୀ, ଗଣେଶ ମାଝୀ, ଲୁନା ମାଝୀ ଓ ବନବିର ଗ୍ରାମର ବୁଦ୍ଧିଆ ମୁଣ୍ଡା ଓ ପିଛୁଳାବେଡା ଗ୍ରାମର ଜଗ ମୋହନ ମୁଣ୍ଡା ବୋଲି ଜଣାପଡିଛି। ସମସ୍ତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଶିକାର ଦେଖିବାକୁ ଆସିଥିବା ୩ଜଣ ନାବାଳକଙ୍କୁ ବନ ବିଭାଗ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ ମଧ୍ୟ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡିଛି।