ଗଡିପଦରର ସ୍ଥାନୀୟ ଜନସାଧାରଣ ନିଜ ନିଜ ଚେଷ୍ଟାରେ ଅର୍ଦ୍ଧ ନିର୍ମିତ ପୋଲ ଉପରେ ଦୁଇ ଖଣ୍ଡ କାଠ ପକାଇ ଯିବା ଆସିବା କରୁଛନ୍ତି। ଏ ପୋଲର ଅତି ନିକଟରେ ଗଡିପଦର ପ୍ରାଥମିକ ବିଦ୍ୟାଳୟ ବି ଅଛି। ତେଣୁ ପ୍ରତ୍ୟେକ ଦିନ ଏ ପୋଲ ଉପରେ ବିପଦ ସଙ୍କୁଳ ଭାବରେ ଯିବା ଆସିବା ମଧ୍ୟ କରୁଛନ୍ତି ଛାତ୍ରଛାତ୍ରୀ।
ଗଡିପଦର ଗ୍ରାମ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଆଜି ବି ଲୋକେ ଏଠାରେ ଚୁଆ ଓ ନାଳ ପାଣି ଉପରେ ନିର୍ଭର କରିଥାନ୍ତି । ବିଶୁଧ ପାନୀୟ ଜଳ ଏମାନଙ୍କ ପାଇଁ ସାତ ସପନ। ଏନେଇ କ ନୂଆଗାଁ ବ୍ଲକର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସିଦ୍ଧେଶ୍ୱର ପାଣିଗ୍ରାହୀଙ୍କୁ ପଚାରିବାରୁ କ୍ୟାମେରା ସାମନାରେ କିଛି କହିବାକୁ ମନା କରି ଦେଇଛନ୍ତି ।