ଉଦ୍ଧାର ବାଇକଟି ଟିଟିଲାଗଡ଼ ଥାନା କୁମ୍ଭେପଡାର ନରେଶ ବାଗଙ୍କର ବୋଲି ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ନରେଶଙ୍କ ପରିବାର ଲୋକ ବାଇକ ଓ ଅନ୍ୟ ସାମଗ୍ରୀକୁ ଚିହ୍ନଟ କରିଥିବାବେଳେ ନରେଶଙ୍କ ଶବ ଚିହ୍ନଟ କରିପାରିନାହାନ୍ତି । ଫଳରେ ଜବତ କଙ୍କାଳର ଡିଏନଏ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି । ମାଜିଷ୍ଟ୍ରେଟ, ମୁରିବାହାଲ ଆଇଆଇସି ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ କଙ୍କାଳରୁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଛି ।
କଙ୍କାଳ ସହ ବାଇକ ଉଦ୍ଧାର ଘଟଣା; ଏବେ ଯାଏଁ ମିଳିିନି ମୃତକଙ୍କ ପରିଚୟ
Download Argus News App
