ଅର୍ଗସ ବ୍ୟୁରୋ : ସ୍ମାର୍ଟ ସିଟିରେ ଅପାରଗ ଅଫିସର । ପ୍ରକଳ୍ପ ନାଁରେ ହେଉଛି ନିମ୍ନ ମାନର କାମ । ଅଟକଳ ଅର୍ଥର ହେଉଛି ହରିଲୁଟ । ବିଏମସି ବିରୋଧରେ ଅଭିଯୋଗ ଆଣିଛନ୍ତି ଖୋଦ ବିଜେଡି କର୍ପୋରେଟର । ଆସୁଥିବା ଅର୍ଥର ସଠିକ ବିନିଯୋଗ ନ ହୋଇ ହେଉଛି ବାଟ ମାରଣା । ଫଳରେ ମହାନଗରରେ ଚାରିଆଡେ ନିମ୍ନମାନର କାମ ହେଉଥିବା କହିଛନ୍ତି । ବିଏମ୍ସିର ଷ୍ଟାଣ୍ଡିଙ୍ଗ କମିଟି ବୈଠକ ବସି ଥିଲା । ସେଥିରେ ବିଭିନ୍ନ ୱାର୍ଡର କର୍ପୋରେଟର ମାନେ ଯୋଗ ଦେଇଥିଲେ । ପବ୍ଲିକ ୱର୍କ୍ସର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇ ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ଏପରି ଦୁର୍ନୀତିର ଅଭିଯୋଗ ଆଣି ଥିଲେ। ମୁଖ୍ୟତ ରୋଡ଼ ଓ ଡ୍ରେନେଜ କାମରେ ନିମ୍ନ ମାନର ହେଉଥିବା ସେ ଅଭିଯୋଗ କରିଛନ୍ତି ।
ସେପଟେ ବିଜେପି କର୍ପୋରେଟର ବିଜେଡି କର୍ପୋରେଟରଙ୍କ ଅଭିଯୋଗ ସମର୍ଥନ କରି କହିଛନ୍ତି ।ଗତ ୩ ବର୍ଷରେ ଅଫିସରଙ୍କ ରାଜ ଚାଲିଥିଲା। ଫଳରେ ପ୍ରତିଟି ୱାର୍ଡରେ ନିମ୍ନ ମାନର କାମ ହୋଇଛି । ଅଫିସର ମାନେ କଣ୍ଟାକଟର କୁ କାମ ଦେଇଛନ୍ତି। ସେମାନେ ଭୁଲ ଭାଲ କାମ କରିଛନ୍ତି ।
ତେବେ ମହାନଗରର ଉନ୍ନତି ହୋଇଛି ମାଳମାଳ ଯୋଜନା । ହେଲେ ସବୁ ଯୋଜନା କେମିତି କାର୍ଯ୍ୟକାରୀ ହେଉଛି ତାର ପୋଲ ଖୋଲିଛନ୍ତି ଖୋଦ ବିଜେଡ଼ି କର୍ପୋରେଟର । ତେବେ ଦେଖିବା ବାକି ରହିଲା ଏ ସ୍ଥିତିର କେବେ ସୁଧାର ଆସୁଛି । ମେୟର କେବେ ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।