ଅଧିକ ମଇକ୍ରୋ କମ୍ପୋଷ୍ଟ ସେଣ୍ଟର ନିର୍ମାଣ ଚାଲିଛି।
ବର୍ତ୍ତମାନ 300ଟି ଗାଡିରେ ଅଳିଆ ସଂଗ୍ରହ କରାଯାଉଛି। ଅଧିକ40ଟି ଗାଡି ଅଣାଯିବ। ଭୁବନେଶ୍ୱରରୁ ଡୋର ଟୁ ଡୋର କଲେକ୍ସନ ମାଧ୍ୟମରେ ଦୈନିକ 3ଶହ ଟନ ଅଳିଆ ସଂଗ୍ରହ ହେଉଛି। ଶତ ପ୍ରତିଶତ ଡୋର କଲେକ୍ସନ ସହ ଖୁବଶୀଘ୍ର ଭୁବନେଶ୍ୱର ହେବ ଡ଼ଷ୍ଟବିନ ମୁକ୍ତ ସହର। ସୂଚନା ଦେଲେ ବିଏମସି ଡେ଼ପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଡ଼ଷ୍ଟବିନ ମୁକ୍ତ ସହର, ୧୩ଟି ୱାର୍ଡରେ ଆରମ୍ଭ ହୋଇଛି ଅଭିଯାନ

ଅର୍ଗସ ବ୍ୟୁରୋ: ସ୍ମାର୍ଟସିଟି ଭୁବନେଶ୍ୱର ହେବ ଡ଼ଷ୍ଟବିନ ମୁକ୍ତ ସହର। 13ଟି ୱାର୍ଡରେ ଆରମ୍ଭ ହୋଇଛି ଅଭିଯାନ। ପରିମଳ ବ୍ୟବସ୍ଥାରେ ନିୟୋଜିତ ପୁରୁଣା ଏଜେନ୍ସିଙ୍କୁ ଡ଼ଷ୍ଟବିନ ହଟେଇବାକୁ ନିର୍ଦେଶ। 2ଟି ନୂଆ ଏଜେନ୍ସି ନିୟୋଜିତ ହୋଇସାରିଥିବା ବେଳେ ଆଗକୁ ଆଉ 6ଟି ଏଜେନ୍ସି ନିୟୋଜିତ ହେବେ। ମାର୍କେଟ ଏରିଆ ଛାଡି ଜନବସତି ଅଞ୍ଚଳରୁ ପ୍ରଥମେ ହଟିବ ଡ଼ଷ୍ଟବିନ। ଭୁବନେଶ୍ୱରରୁ ବିଏମସି ପକ୍ଷରୁ ଘର ଘର ବୁଲି ପୃଥକୀକରଣ ବର୍ଜ୍ୟ ସଂଗ୍ରହ କରାଯାଉଛି।
Download Argus News App
