ସରକାରୀ ଵ୍ୟଵସ୍ଥା ଅନୁଯାୟୀ ପ୍ରତି ୩୫ ପିଲାରେ ଜଣେ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ମାତ୍ର ଏହି ବିଦ୍ୟାଳୟର ଶିକ୍ଷକ ଅଭାବକୁ ନେଇ ବଢୁଛି ଅସନ୍ତୋଷ । ସେପଟେ ସିସିଟିଭି, ସ୍ବଚ୍ଛତା, ସ୍ମାର୍ଟ କ୍ଳାସରୁମ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ବିଦ୍ୟାଳୟରେ ଶୌଚାଳୟକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ବେଳେ ଶୌଚାଳୟ ମାତ୍ର ଗୋଟିଏ । ତେବେ ଖୁବଶୀଘ୍ର ଏହି ସ୍କୁଲରେ ଶିକ୍ଷକ ନିଯୁକ୍ତି ହେବ ବୋଲି କହିଛନ୍ତି ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ।