ଏଠାରେ ପ୍ରକାଶଥାଉ କି, ଗତ ୩୦ତାରିଖ ଦିନ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମସ୍ତ ସଭ୍ୟ ଓ ସଭ୍ୟା ମାନେ ଯୋଗଦେଇଥିଲେ । ବୈଠକ ଆରମ୍ଭ ହେବା ମାତ୍ରକେ ବିଜେପିର ୩ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅସୀମା ମିଶ୍ର ପୂର୍ବ ସଭାର ବିବରଣୀ ଏବଂ ତାର କ୍ରିୟାନ୍ୱୟନ ସମ୍ପର୍କରେ ଜାଣିବା ପାଇଁ ଚାହିଁବାରୁ, ସଭାରେ ଉପସ୍ଥିତ ଥିବା ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥୀ ସେଠୀ ଶ୍ରୀମତୀ ମିଶ୍ରଙ୍କ ଆଡକୁ ଚମକି ଯାଇ ‘ତୁ କିଏ ବେ’? ‘ମୋତେ ଚିହ୍ନିଛୁ’ ଆଦି ଅଶ୍ରାଭ୍ୟ ଭାଷା ପ୍ରୟୋଗ କରି ବୈଠକ ଛାଡି ଚାଲିଯିବା ପାଇଁ କହିଥିଲେ । ତତ୍କ୍ଷଣାତ୍ ଶ୍ରୀମତୀ ମିଶ୍ର ନିଜକୁ ଅସୁରକ୍ଷିତ ମନେ କରି ବୈଠକ ଛାଡି ଚାଲିଆସିଲେ । ଘଟଣା ସମ୍ପର୍କରେ ଆନନ୍ଦପୁର ଥାନାରେ ବିଧାୟକଙ୍କ ଏତାଦୃଶ କାର୍ଯ୍ୟକଳାପ ସମ୍ପର୍କରେ ଲିଖିତ ଏତଲା ଦେଲେ ଏବଂ କେନ୍ଦୁଝର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ ଅଦ୍ୟାବଧି ଥାନା ଅଧିକାରୀ ଏବଂ ଉପରିସ୍ଥ ଅଧିକାରୀ ଘଟଣାକୁ ଗୁରୁତ୍ୱ ନଦେଇ ଶାସକ ଦଳ ବିଧାୟକଙ୍କ ଚାପରେ ଚାପି ଦେବା ପାଇଁ ଚେଷ୍ଟା କରୁଛନ୍ତି । ଏପର୍ଯ୍ୟନ୍ତ ମଧ୍ୟ ଏତଲାକୁ ରେଜିଷ୍ଟର କରାଗଲା ନାହିଁ କି ଘଟଣାର ତଦନ୍ତ ନକରି ଆନନ୍ଦପୁର ପୁଲିସ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ଚୁପ୍ ରହିଛି ।
ଏହାର ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟି ଦାବିପତ୍ର ଦେବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଯଦି ଆସନ୍ତା ୪୮ଘଂଟା ଭିତରେ ଆନନ୍ଦପୁର ପୁଲିସ ଶ୍ରୀମତୀ ଅସୀମା ମଶ୍ରଙ୍କ ତରଫରୁ ଦାୟର କରାଯାଇଥିବା ଏତଲାକୁ ରେଜିଷ୍ଟ୍ରର କରି ତଦନ୍ତକୁ ଆଗକୁ ନନିଏ ତେବେ ବିଜେପି ମହିଳା ମୋର୍ଚ୍ଚା କେନ୍ଦୁଝର ଜିଲ୍ଲା ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ବିଜେପି ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ନଦୀ ସୁରକ୍ଷା ସମିତି(ନମାମି ଗଙ୍ଗେ) ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ୱର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ, ପୃଥ୍ୱୀରାଜ କଅଁର ଓ ଆଲୋକ କୁମାର ସେଠୀ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିୟତୀ ଗିରି, ରାଜ୍ୟ ମହିଳାମୋର୍ଚ୍ଚା କାର୍ଯ୍ୟକାରଣୀ ସଦସ୍ୟା କିରଣବାଳା ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରଦୀପ କୁମାର ମହାନ୍ତ, ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚରିତା
ଜେନାମଣି, କେନ୍ଦୁଝର ଜିଲ୍ଲା ସାଧାରଣ ସଂପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।