ଲୁଟେରା ଗ୍ୟାଙ୍ଗ ମାଇନ୍ସ ଗାଡିର ନମ୍ବର ପ୍ଲେଟକୁ ଜାଲିଆତି କରି ଏହି ଚୋରା ଚାଲାଣ କରିଥିଲେ। ମଦ ନେଇଥିବା ଟ୍ରକକୁ ବେଆଇନ ମଦ ବେପାରୀକୁ ଦିଆଯାଇଥିଲା। ତେବେ ଖୋଳତାଡ଼ ବେଳେ ମଦ ସମ୍ବଲପୁର ନ ଯାଇ ଅନୁଗୁଳରେ କାରବାର ହୋଇଥିବା ଜଣାପଡିଛି। ଟ୍ରକକୁ ନେଇ ଖୋଲତାଡ ବେଳେ ଜଣା ପଡିଲା ଟ୍ରକ ଜାଲ କାଗଜପତ୍ରରେ ଆସିଛି । ସେହିପରି ମଦ 56ଲକ୍ଷ ଟଙ୍କାର ବୋଲି ଜଣା ପଡିଛି। ମାମଲାର ମାଷ୍ଟରମାଇଣ୍ଡ ସୋନୁ ଜେନା। ସୋନୁ ଜେନା ଅନୁଗୁଳର ଜଣେ ମାଫିଆ, ଯାହା ନାମରେ ଏକାଧିକ ନାମ ରହିଛି। ବଳକା ମଦ ଖୋଜୁଛି ପୋଲିସ।
ଓଡିଶା ଖବର ଆହୁରି ପଢନ୍ତୁ