ଏ ବିଷୟରେ ତାଙ୍କ ସ୍ଵାମୀ ଜାଣିଲା ପରେ ପରିବାର ଲୋକଙ୍କ ସହିତ ଝାଡଫୁଙ୍କ କରିଥିଲେ ଓ ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଖାନାରେ ସାଲଗେଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ ନମ୍ବର ୨୫/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ୍ ଶରୀରକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ଲୁହାକାନୀ ପଞ୍ଚାୟତ ସ୍ଥିତ କରନଜେଇ ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟରତ ଶିକ୍ଷୟିତ୍ରୀ ଜଣେ ସୁଦକ୍ଷା ଅଙ୍ଗନବାଡ଼ି କର୍ମୀ ଭାବରେ ଅଞ୍ଚଳରେ ଜଣାଶୁଣା ଥିଲେ । ଆଜି ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ବିଶୋଇ ବ୍ଲକର ସମନ୍ଵିତ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ସାମଲ ଶୋକ ସନ୍ତୋପ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସେହିପରି ବିଶୋଇ ବ୍ଲକ ଅଙ୍ଗନବାଡ଼ି କର୍ମୀ ସଂଘର ସମସ୍ତ କର୍ମକର୍ତ୍ତା ମାନେ ତାଙ୍କର ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।