ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଚାଷ ଜମିରେ ବୁଲୁଥିବା ବିଷଧର ସର୍ପ ( ନାଗ ସାପ )କୁ ଧରିବା ପରେ ସେ ସର୍ପ ଦ୍ୱାରା ଆଘାତ ହୋଇଥିଲା । କିନ୍ତୁ ସେଥିରେ ତାଙ୍କର କିଛି ହୋଇନଥିଲା । ଏବଂ ତାହାକୁ ଖାତିର ନକରି ସେ ଏହି ବିଷଧର ନାଗ ସାପକୁ ଧରି ତାକୁ କ୍ଷୀର ପିଆଇଥିଲେ । ତା'ପରେ ଭଗବାନ ଶିବ-ଶଙ୍କରଙ୍କ ପରି ଗଳାରେ ସର୍ପକୁ ଧାରଣ କରି ରାସ୍ତାରେ ବୁଲି ବୁଲି ନିଜର ପେଟ ପାଇଁ ଆହାର ସଂଗ୍ରହ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଏ ନାବାଳକ ଜଣକ କିଏ , ଏବଂ ବିପଦଜନକ ଭାବେ ଦୁଃସାହସ ଭାବେ କାର୍ଯ୍ୟ କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଗଳାରେ ଝୁଲୁଛି ସର୍ପ, କ୍ଷୁଧା ମେଣ୍ଟାଇବା ପାଇଁ ଆହାର ଖୋଜୁଛି ନାବାଳକ

ଖୋର୍ଦ୍ଧା: ଗଳାରେ ବିଷଧର ସର୍ପ ଝୁଲାଇ, ପେଟ ପାଇଁ ଆହାର ଖୋଜୁଛି ନାବାଳକ । ଟାଙ୍ଗୀ-ଚାନ୍ଦପୁର ଓ ବାଲୁଗାଁ ମାର୍କେଟରେ ଘୁରି ବୁଲୁଥିବା ଏ ନାବାଳକ ଜଣଙ୍କ କେଳ ସମ୍ପ୍ରଦାୟର । କୌଣସି ବିକଳ୍ପ ବ୍ୟବସ୍ଥା ନପାଇବାରୁ ପେଟ ଚାଖଣ୍ଡେ ପାଇଁ ଏଭଳି କାର୍ଯ୍ୟ କରୁଥିବା ସାମ୍ନାକୁ ଆସିଛି ।
ରାଜ୍ୟରେ ବନ୍ୟା ବିଭୀଷିକାର ଭୟଙ୍କର ରୂପ

ଅର୍ଗସ ବ୍ୟୁରୋ : ସମୟ ଗଡୁଚି କଷଣ ବଢୁଛି । ଜଳ ଯନ୍ତ୍ରଣାରେ କଲବଲ ହେଉଛନ୍ତି ବନ୍ୟା ବିପନ୍ନ । କିଏ ବେଘର ହୋଇଛି ତ ଆଉ କିଏ ଘରେ ଥାଇ ବି ଖାଇବାକୁ ଗଣ୍ଡେ ପାଉନି । କାହାର ନଦୀ ବନ୍ଧ ଉପରେ ଦିନ ବିତୁଛି ତ ଆଉ କାହାର ଘର ଛାତ ଉପରେ । ଏମିତି ୪ ଦିନ ହେବ ନଦୀ କୂଳିଆଙ୍କ ହସଖୁସି ଛଡାଇ ନେଇଛି ବନ୍ୟା ଜଳ । ସିଭିଏଁ ଅନାଇ ବସିଛନ୍ତି ସରକାରୀ ସହୟତାକୁ ମାତ୍ର ତାହା ବି ସା
Download Argus News App
