ଦେମାଳ ପଞ୍ଚାୟତ ଲୋକପଡା ଗ୍ରାମର କେଶବ ସିଂଙ୍କ କଥା l ତାଙ୍କ ପାଖରେ ରହିଛି ଅନେକ ପ୍ରତିଭା ରହିଛି । ସେ ଜଣେ ଶିଶୁ ସାହିତ୍ୟକ, କ୍ରିକେଟ ଖେଳାଳି ସବୁ ପରେ ନିଶା ହେଉଛି ସାପ ଧରିବା l ଭଲ ଛାପାକାର ହିସାବରେ ରହିଛି ତାଙ୍କର ଆଳିରେ ରହିଛି ନିଜର ସ୍ୱତନ୍ତ୍ର ପରିଚୟ l
ଯେକୌଣସି ସଂସ୍କୃତିକ କାର୍ଯ୍ୟକ୍ରମ ହେଉ କିମ୍ବା ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଛାପାକାର ଭାବେ ତାଙ୍କୁ ଦେଖିବାକୁ ମିଳିଥାଏ l କେଶବଙ୍କ ଛାପା କାରଖାନାରୁ ଯାହା ରୋଜଗାର ହୁଏ ପରିବାର ଚାଳିଥାଏ l କିନ୍ତୁ ସବୁଠୁ ବଡ଼କଥା ହେଲା ଯଦି କାହାଘରେ ହେଉ କି କାହା ବାଡ଼ିରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ବିଷାକ୍ତ ସାପ ହେଉ କିମ୍ବା ସାଧାରଣ ସାପ ଦେଖାଦେଲେ ଖୋଜାପଡନ୍ତି କେଶବ l ସେ ସାପକୁ କାବୁ କରି ଜଙ୍ଗଲକୁ ଛାଡି ଦିଅନ୍ତି l ସେ କୌଣସି ସାପ ଧରିବାର ପ୍ରଶିକ୍ଷଣ ନେଇନାହାନ୍ତି l କିନ୍ତୁ ସାପକୁ ଧରିବାରେ ସେ ଜଣେ ତାଲିମପ୍ରାପ୍ତ ସାପ ଧରାଳିରୁ କମ ନୁହେଁ l
ତାଙ୍କ ନିକଟରେ ରହିଛି ସାପ ଧରିବା ପାଇଁ ଷ୍ଟିକ l ସେହି ଷ୍ଟିକ ବଦଳରେ ବଡ଼ ବଡ଼ ବିଷାକ୍ତ ସାପ ଧରିଥାନ୍ତି l ସେ ଆଜି ସୁଦ୍ଧା ଦୁଇହଜାରରୁ ଅଧିକ ସାପ ଧରିସାରିଲେଣି l ସେ କହିଥାନ୍ତି ଯେତେ ବିଷଧର ସାପ ହେଲେ ମଧ୍ୟ ସାପ ବହୁତ ଶାନ୍ତ ସେ କାହାରିକୁ କ୍ଷତି ପହଞ୍ଚାଇନଥାଏ । କିନ୍ତୁ ସାପକୁ ବିରକ୍ତ କଲେ ସେ କ୍ଷତିକରେ l
ସାପ ଧରିବା ସମୟରେ ସେ ଦୁଇଥର ସାପ ଚୋଟ ଖାଇଛନ୍ତି l ତଥାପି ସେ ଫୋନ ପାଇଲା ମାତ୍ରେ ସାପକୁ କାବୁ କରିବାକୁ ପହଂଚିଯାଆନ୍ତି l ସାପ ଧରିବା ପାଇଁ କୌଣସି କାହାଠୁ ପାରିଶ୍ରମିକ ନେଇନଥାନ୍ତି l ସାପ ଧରିବାକୁ ନେଇ ପରିବାର ମନାକଲେ ମଧ୍ୟ ସେ ସାପ ଧରିବା କାମରୁ କେବେବି ପଛକୁ ଫେରିନଥାନ୍ତି l