ଏଇ କେଇଧାଡି ଶବ୍ଦ ଶୁଣିଲା ପରେ ଭୟରେ ଆପଣଙ୍କ ପାଦ ଥରୁଥିବ। ହେଲେ ଏମିତି ଘଟିଛି ଆମ ରାଜଧାନୀ ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରେ।
ଦୃଶ୍ୟ ହେଉଛି ଭୁବନେଶ୍ୱର ବାଲିଅନ୍ତା କେନାଲ ରୋଡରେ ଥିବା ଅଦ୍ୟାଶା ଭିଲ୍ଲା ଆପାର୍ଟମେଣ୍ଟର। ଆଜି ସକାଳେ ଏଠାରେ ଥିବା ଲିଫ୍ଟ ଭିତରକୁ ଯିବା ପାଇଁ ସୁଇଚ ଚିପିଲେ ନଗେନ୍ଦ୍ର ମିଶ୍ର । ଲିଫ୍ଟ ଭିତରେ ପାଦ ଦେବା ମାତ୍ରେ ତାଙ୍କ ନଜର ପଡିଲା ଗୋଟିଏ କୋଣରେ ଚକାମାରି ଶୋଇଥିବା ତମ୍ପ ଉପରେ। ଫଣା ଟେକି କୁଣ୍ଡଳୀ ମାରି ବସିଥିଲା ତମ୍ପ। ବିକଳରେ ବାହାରକୁ ପଳେଇ ଆସି ଅନ୍ୟମାନଙ୍କୁ ଖବର ଦେଲେ ନଗେନ୍ଦ୍ର।
ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦିଆଗଲା । ହେଲ୍ପ ଲାଇନ ସଦସ୍ୟ ଅମରଜିତ୍ ବେହେରା ଘଟଣା ସ୍ଥଳକୁ ଯାଇ ଲିଫ୍ଟ ଭିତରୁ ସାପଟିକୁ ଉଦ୍ଧାର କରି ପ୍ରାକୃତିକ ଆବାସ ସ୍ଥଳୀରେ ଛାଡିଥିଲେ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।