ଜଣେ ମହିଳାଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିଲା। ପରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଥିଲା ବନ ବିଭାଗ। ତେବେ ଦୀର୍ଘ ଦେଢ ବର୍ଷ ପରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା। ଦେଢ ବର୍ଷ ପରେ ସାପ ବିଷ ଲିଙ୍କ ନେଇ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ସିଟି ଡ଼ିଏଫଓ ଅଫିସରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ। ଗତ ବର୍ଷ ମାର୍ଚ୍ଚ 27 ତାରିଖରେ ଭୁବନେଶ୍ୱରରୁ ଜବତ ହୋଇଥିଲା 1 ଲିଟର 600ମିଲି ଲିଟର ସାପ ବିଷ।
ଜଣେ ମହିଳାଙ୍କ ସହ ୬ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିଲା। ପରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଥିଲା ବନ ବିଭାଗ। ତେବେ ଦୀର୍ଘ ଦେଢ ବର୍ଷ ପରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ପର୍ଯ୍ୟଟନରେ ରେକର୍ଡ କଲା କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର । ଚଳିତ ବର୍ଷ ୧୧ ମାସ ମଧ୍ୟରେ ଆସିଛନ୍ତି ୨ କୋଟି ପର୍ଯ୍ୟଟକ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡି । ଉତ୍ତର-ପୂର୍ବ ସମେତ ଦେଶର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତି ଶିକ୍ଷାନୁଷ୍ଠାନରେ “ଯୁବ ପର୍ଯ୍ୟଟନ କ୍ଲବ” ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି ।
ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ୩୫ ହଜାର କ୍ଲବ ପ୍ରତିଷ୍ଠା ହୋଇଥିବା ସେ କହିଛନ୍ତି । ପୂର୍ବରୁ ଉତ୍ତର-ପୂର୍ବରେ ରେଳ, ସଡ଼କ ଓ ବିମାନ ସଂଯୋଗ ପର୍ଯ୍ୟାପ୍ତ ନଥିଲା । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଏହି ଅଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି । ଉତ୍ତର-ପୂର୍ବରେ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ୯ ବର୍ଷରେ ୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ଭୁରି ଭୁରି ପ୍ରଶଂସା କଲେ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେ କହିଛନ୍ତି ଅଗ୍ନିପଥ ଯୋଜନା ହେଉଛି ଏଭଳି ଏକ ଯୋଜନା ଯାହା ସେନାର ସବୁ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଯୁବକମାନଙ୍କୁ ସାମିଲ ହେବା ପାଇଁ ସୁଯୋଗ ପ୍ରଦାନ କରିଛି । ପୁଣେର ମିଲିଟାରୀ ଇଞ୍ଜିନିୟରିଂ କଲେଜର ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଅଗ୍ନିବୀର ମାନଙ୍କୁ ପ୍ରଶିକ୍ଷଣ ଦେବାରେ ସେନା ଅଧୀକାରୀମାନଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଦେଶର ଅର୍ଥନୀତି ପାଇଁ ଖୁସି ଖବର । ଦ୍ବିତୀୟ କ୍ବାର୍ଟରରେ ଅଭିବୃଦ୍ଧି ହାର ବହୁତ ଭଲ ରହିଛି । ଯାହାକି ବିଶ୍ବର ସର୍ବୋଚ୍ଚ । ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବାର ଏହି ଗତିକୁ ନିରନ୍ତର ବଜାୟ ରଖାଯାଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟସଭାରେ ଦେଶର ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଅର୍ଥମନ୍ତ୍ରୀ ।
ଚଳିତ ଆର୍ଥିକ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଜିଡିପି ଅଭିବୃଦ୍ଧି 7.6 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି 7.8 ପ୍ରତିଶତ ବୃଦ୍ଧି ପାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ମେକ ଇନ ଇଣ୍ଡିଆ ପୋଗ୍ରାମ ଏବଂ ଅନ୍ୟ ଯୋଜନା ପାଇଁ ଦେଶରେ ଉତ୍ପାଦନ ବଢ଼ିଛି । ଦେଶ ଅର୍ଥନୀତିରେ ଏହି ଉତ୍ପାଦନର ଯୋଗଦାନ ୧୩.୯ ପ୍ରତିଶତ ଥିବା ସେ କହିଛନ୍ତି । ସେପଟେ 2026 ସୁଦ୍ଧା ଦେଶର ଜିଡିପିରେ ଡିଜିଟାଲ ଇକୋନୋମିର 20 ପ୍ରତିଶତ ଅବଦାନ ରହିବ।
ଅଧିକ ପଢ଼ନ୍ତୁ ଦେଶ ଖବର: