ଅଧିକ ପଢନ୍ତୁ ଓଡିଶା ନ୍ୟୁଜ
ଏକ ଖସଡ଼ା ମାଧ୍ୟମରେ ବିଚାରଧାରା, ଜ୍ଞାନକୌଶଳ ଏବଂ ବିଭିନ୍ନ ପ୍ରକ୍ରିୟା ସମ୍ବଳିତ ସାମାଜିକ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ରୁ ଉତ୍ପନ୍ନ ପଦ୍ଧତିଗୁଡ଼ିକୁ ସମ୍ମୁଖକୁ ଆଣିବା ଏହି କନ୍କ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଲାଇଭଲିହୁଡ୍ ଅଲ୍ଟରନେଟିଭ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମ୍ବିତ ତ୍ରିପାଠୀ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ଓଡ଼ିଶାର କୃଷକ ଏବଂ ଗ୍ରାମାଂଚଳରେ କାର୍ଯ୍ୟରତ ବ୍ୟକ୍ତିମାନେ ବିଶ୍ୱର ନୂତନ ଚିନ୍ତାଧାରା, ଜ୍ଞାନକୌଶଳ ଏବଂ ଉଦଭାବନ ସମ୍ପର୍କରେ ଅବଗତ ହୋଇପାରିବେ । ଏହି କନକ୍ଲେଭ୍ରେ ସମାନ୍ତରାଳ ଭାବେ ଦୁଇଟି ପ୍ଲାଟଫର୍ମରେ କାର୍ଯ୍ୟ କରିବ । ଗୋଟିଏ ପଟେ ଷ୍ଟାର୍ଟଅପଗୁଡ଼ିକ ଉପସ୍ଥିତ କୃଷକଙ୍କୁ ନିଜ ଚିନ୍ତାଧାରା ଓ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇବେ ଏବଂ ଅନ୍ୟ ପଟେ ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ ମଧ୍ୟ କରାଯିବ ।
ଏହି କନ୍କ୍ଲେଭ୍ ଦ୍ୱାରା ଷ୍ଟାର୍ଟଅପ୍ଗୁଡ଼ିକ ବଜାର ସହିତ ଯୋଡି ହୋଇପାରିବେ ଏବଂ ଓଡ଼ିଶାର କୃଷକମାନେ ନୂତନ ଜ୍ଞାନକୌଶଳ ଏବଂ ବ୍ୟବସାୟର ମଡେଲକୁ ଆପଣାଇ ନିଜର ଆୟ ବଢ଼ାଇପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଓଡ଼ିଶାର ୬୫ଟି ବ୍ଲକ୍ରୁ ପ୍ରାୟ ୩୦୦ କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ଭାରତର ବିଭିନ୍ନ ଅଂଚଳରୁ ପ୍ରାୟ ୬୦ଟି ଷ୍ଟାର୍ଟଅପ୍ ଏଥିରେ ଯୋଗ ଦେଉଥିବା ବେଳେ କେବଳ ଓଡ଼ିଶାରୁ ୧୦ଟି ଷ୍ଟାର୍ଟଅପ୍ ଏହି କନ୍କ୍ଲେଭ୍ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଷ୍ଟାର୍ଟଅପ୍ଗୁଡ଼ିକ ମଧ୍ୟରେ ଆଇ-ହବ୍ ଗୁଜୁରାଟ, ଇର୍ମା-ଆଇସିଡ୍ ଫାଉଣ୍ଡେସନ୍ସ, କିଟ୍-ଟିବିଆଇ, ସୋସିଆଲ୍ ଆଲ୍ଫା ଏବଂ ଇନଷ୍ଟିୁଚ୍ୟୁଟ୍ ଅଫ୍ ଲାଇଫ୍ ସାଇନସେସ୍ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ଅବସରରେ ଏକ ହାକାଥନର ଆୟୋଜନ କରାଯିବ ଯେଉଁଥିରେ କି ବିଭିନ୍ନ ଷ୍ଟାର୍ଟଅପଗୁଡ଼ିକ ବିଭିନ୍ନ ମଡେଲକୁ ନେଇ ନିଜ ଭିତରେ ପ୍ରତିଯୋଗିତା କରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ସୋଆର ଆଡିସନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଓ ଆଇସିଡ୍ର ଚେୟାର ଡକ୍ଟର ରାକେଶ ଆରାୱାଟିଆ ଉପସ୍ଥିତ ଥିଲେ ।