ଅଧିକ ପଢନ୍ତୁ ଓଡ଼ିଶା ଖବର
ଖବର ପାଇ ଯବାନ ମାନେ ତୁରନ୍ତ ଅସୁସ୍ଥ ବୃଦ୍ଧାଙ୍କ ନିକଟରେ ପହଞ୍ଚି ଥିଲେ ଗାଁକୁ ରାସ୍ତା ନଥିବାରୁ ଯବାନ ମାନେ ବୃଦ୍ଧାଙ୍କୁ ଏକ ଖଟିଆରେ ୩ କିଲୋମିଟର ଦୂର ବୋହି ଆଣି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ଫୁଲବାଣୀରୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରିଦେଇଥିଲେ ।
କିନ୍ତୁ ବୃଦ୍ଧାଙ୍କ ପରିବାର ଲୋକ ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ କନ୍ଧମାଳ ଏସ୍ପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପୁଲିସ ପକ୍ଷରୁ ଚିକିତ୍ସା ସହାୟତା ବାବଦରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ଏବଂ ଯଦି ତାଙ୍କର ଚିକିତ୍ସା ପାଇଁ ଅଧିକ ଆର୍ଥିକ ସହାୟତା ଆବଶ୍ୟକ ହୁଏ ତେବେ ତାହା ମଧ୍ୟ ଆଗାମୀ ଦିନରେ ପ୍ରଦାନ କରାଯିବ ବୋଲି ତାଙ୍କ ପରିବାର ଲୋକଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ବୋଲି ବୃଦ୍ଧା ମହିଳାଙ୍କ ପରିବାର ଲୋକ କହିଛନ୍ତି। ତେବେ ଏହା ଦ୍ୱାରା ଏସ୍ଓଜି ଯବାନମାନେ ମାଓ ପ୍ରବଣ ଅଞ୍ଚଳରେ ଲୋକଙ୍କ ନିକଟତର ହେବା ସହିତ ସେମାନଙ୍କ ଆସ୍ଥାଭାଜନ ହୋଇପାରିବେ ବୋଲି ଆଲୋଚନା ହେଉଛି।