ପ୍ରଶାନ୍ତ ଜଗଦ୍ଦେବ ଘଟଣାଇଥିବା କିଛି ପ୍ରମୁଖ ହିଂସାକାଣ୍ଡ
ମାର୍ଚ୍ଚ ୨୦୨୨ : ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି(୧୨ ମାର୍ଚ୍ଚ ୨୦୨୨) ଘଟାଇଛନ୍ତି ଅଭାବନୀୟ କାଣ୍ଡ। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ବାଣପୁର ବ୍ଲକ କାର୍ଯ୍ୟାଳୟରେ ଶତାଧିକ ଲୋକ ରୁଣ୍ଡ ହୋଇଥିବା ବେଳେ ହଠାତ୍ ଭିଡ଼ ଭିତରକୁ ଗାଡ଼ି ପୂରାଇ ୨୨ ଜଣଙ୍କୁ କ୍ଷତ ବିକ୍ଷତ କରିଛନ୍ତି। ଯାହାଙ୍କ ଭିତରେ ପୁଲିସ କର୍ମଚାରୀ ଓ ବିଜେପି କର୍ମୀ ମଧ୍ୟ ସାମିଲ ଅଛନ୍ତି। ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ପିଟାମରା ବି କରିଛନ୍ତି।
ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାହାରେ ପ୍ରାୟ ୫ଶହରୁ ୭ଶହ ଲୋକ ରୁଣ୍ଡ ହୋଇଥିଲେ। ଏହି ସମୟରେ ହଠାତ୍ ବିଧାୟକ ପ୍ରଶାନ୍ତ ଜଗଦେବ ନିଜ ଏସୟୁଭି ଗାଡ଼ି ଚଳାଇ ଦ୍ରୁତ ଗତିରେ ଭିଡ଼ ଆଡ଼କୁ ମାଡ଼ି ଆସିଥିଲେ। ଫଳରେ ବିଧାୟକଙ୍କ ଗାଡ଼ି ଚାପାରେ ବିଜେପିର୧୫ ସମର୍ଥକ ଓ ୭ ପୁଲିସ୍ କର୍ମଚାରୀଙ୍କ ସମତେ ୨୨ ଜଣ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ପ୍ରେବୃୟାରୀ ୨୦୨୨ : ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଏକ ପାଠାଗାରକୁ ନିଜ ପାର୍ଟି ଅଫିସ କରିବାକୁ ଅଡି ବସିଲେ ପ୍ରଶାନ୍ତ ବିଧାୟକ। ଲୋକଙ୍କୁ ଧମକ ମଧ୍ୟ ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନ ଗମ୍ଭାରୀମୁଣ୍ଡା ବଜାରସ୍ଥିତ ପଲ୍ଲୀ ସଂସ୍କୃତି ପରିଷଦ ଗୃହଟି ସ୍ଥାନୀୟ ଅଞ୍ଚଳର ପାଠଗାର ଭାବେ ଚାଲୁଥିଲା। ହଠାତ୍ ଚିଲିକା ବିଧାୟକ ନିଜ କର୍ମୀମାନଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। ପରିଷଦର ସଭାପତି ତଥା ଭାରତୀୟ ଜନତା ପାର୍ଟିର ଖୋର୍ଦ୍ଧା ଜିଲ୍ଲା ଜେନେରାଲ ସେକ୍ରେଟାରୀ ଦୁଷ୍ମନ୍ତ ହରିଚନ୍ଦନ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନା ସୃଷ୍ଟି ହୋଇଥିଲା। ଘଟଣା ଉତ୍ତେଜନା ପୂର୍ଣ୍ଣ ହେବାରୁ ବାଲୁଗାଁ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିଥିଲେ।
ସେପ୍ଟେମ୍ବର ୨୦୨୧ : ବିଧାୟକ ମନମୁଖୀ ଭାବେ ଆବାସ ଗୃହ ବଣ୍ଟନ କରୁଥିବା ଅଭିଯୋଗ କରିଥିଲା ବିଜେପି । ପରେ ଏହି ଘଟଣାକୁ ନେଇ ବିଜେପି ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ବାଲୁଗାଁ NACରେ ସରକାରୀ କାର୍ଯ୍ୟବେଳେ ଏଭଳି ଅପ୍ରୀତିକର ଘଟଣା ଘଟିଥିଲା। ଯେଉଁ ଘଟଣାରେ ପ୍ରଶାନ୍ତଙ୍କୁ ମାନ୍ୟବର କୋର୍ଟ ଜେଲ ଦଣ୍ଡ ଶୁଣାଣି କରିଥିଲେ।
୨୦୧୯ ଜାନୁୟାରୀ : ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁଙ୍କୁ ବ୍ଲକ୍ କାର୍ଯ୍ୟାଳୟଠାରେ ଏକ ଫଲସ୍ ବିଲ କରିବାକୁ ବାଧ୍ୟ କରିଥିଲେ । ବିଲରେ ଦସ୍ତଖତ କରିବାକୁ ସ୍ୱାଇଁ ମନା କରିବାରୁ ବିଧାୟକ ମାଡ଼ ମାରିଥିଲେ । ଏନେଇ ଥାନାରେ ସରପଞ୍ଚଙ୍କ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଥିଲା ।
୨୦୧୬ : ବୌଦ୍ଧର ମନମୁଣ୍ଡାରେ ଦବଙ୍ଗଗିରି ଦେଖାଇଥିଲେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ। ଗାଡିରୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ବିଜେପି କର୍ମୀଙ୍କ ଉପରେ ସେ ଆକ୍ରମଣ କରିଥିଲେ। ପୂର୍ବରୁ ଜଣେ ସରକାରୀ ଯନ୍ତ୍ରୀଙ୍କୁ ମଧ୍ୟ ଦୁର୍ବବ୍ୟହାର କରି ବିବାଦ ଘେରକୁ ଆସିଥିଲେ।