ଦୃଶ୍ୟ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର। ସୋର ପୌରପାଳିକା ବରଖୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମ୍ୟୁଜିକ ଚୟାର ଖେଳୁଥିବା ବେଳେ ୧୫ରୁ ଅଧିକ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲରା।
କିଛି ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିବା ବେଳେ ଅନ୍ୟ କିଛି ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଈ ନ ଥିବା ଛାତ୍ରୀ ପ୍ରକାଶ କରିଛନ୍ତି। ଅସୁସ୍ଥ ସମସ୍ତ ଛାତ୍ରୀ ମାନେ ୬ଷ୍ଠ, ସପ୍ତମ, ଶ୍ରେଣୀର।
ସ୍କୁଲରେ ଆୟୋଜିତ ମ୍ୟୁଜିକ ଚେୟାର ଖେଳ ଭାଗ ନେଇ ହଟାତ ପ୍ରଥମେ ଦୁଇଜଣ ଛାତ୍ରୀ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ପରେ ଅଧିକ ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ l ସ୍କୁଲ ଶିକ୍ଷକ ଏବଂ ଅଭିଭାବକ ମିଶି ସୋର ଡାକ୍ତରଖାନାକୁ ଆଣିଥିଲେ। ସେମାନଙ୍କ ଭିତରୁ ଦୁଇ ଜଣକ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।