ପୁଅ ହାତରେ ଜନ୍ମ କଲା ମାଆର ଜୀବନ ଯାଇଛି। ମଦ୍ୟପ ପୁଅ ନବୀନ ପିଟି ପିଟି ନିଜ ହାତରେ ନିଜ ମାଆକୁ ମାରିଛି। ହୋଲି ଖେଳି ମଦ ନିଶାରେ ମସଗୁଲ ଥିବା ପୁଅ ଘରକୁ ଆସି ଦିନ ୨ଟା ବେଳେ ମା’ ସହ ଝଗଡା କରି ହାତ ଉଠେଇ ଥିଲା ଆଉ ପିଟିପିଟି ମାରି ଦେଇଥିଲା।
ଦୀର୍ଘ ସମୟ ଯାଏ ତା ମାଆ ଘରୁ ବାହାରକୁ ନା ବାହାରିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରି ଯାଇ ଦେଖିଲା ବେଳକୁ ସେ ଅଚେତ ହୋଇ ମରି ପଡିଛନ୍ତି। ଘଟଣା ସମ୍ପର୍କରେ ବସ୍ତି ବାସିନ୍ଦା ପୋଲିସକୁ ସଂଗେ ସଂଗେ ଜଣେଇବା ପରେ ପୋଲିସ ପହଂଚି ଶବକୁ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ନେଇ ଥାନାରେ ଅଟକ ରଖିଛି।