ବିଜେଡିରେ ଏପରି ମାଳ ମାଳ ବିଧାୟକ ଓ ମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ରହିଛି ପୋଲିସ ମାମଲା ରୁଜ୍ଜୁ କରିଛି କୋର୍ଟରେ ମାମଲା ଚାଲିଛି ତଥାପି ସେମାନେ ଦଳ ପାଇଁ ଜନପ୍ରିୟ। ଦଳ ଓ ସରକାରରେ ସେମାନଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ କରାଯାଇଛି। ଏବେ ସେହିଭଳି କିଛି ବିଧାୟକଙ୍କ ଉପରେ ନଜର ପକାଇବା।ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଥିଲେ ମୁଦାଲ ନମ୍ବର 13।
କିନ୍ତୁ ପୋଲିସ ଚାର୍ଜସିଟରୁ ତାଙ୍କ ନାଁ ଚଞ୍ଚକତା କରି ହଟାଇ ଦେଇଥିବା ଅଭିଯୋଗ କରିଥିଲେ କୁଳମଣିଙ୍କ ପରିବାର। ପରବର୍ତ୍ତି ସମୟରେ ଏହି ଡବଲ ମର୍ଡର କେଶର ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳ ଓରଫ କାବୁଆର ମୃତଦେହ ପ୍ରତାପ ଜେନାଙ୍କ ପରିବାର ମାଲିକାନାରେ ଥିବା ଦୁଃଶାସନ ଟ୍ରାନ୍ସପୋର୍ଟ ସମ୍ମୁଖରୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ପ୍ରମାଣ ନଷ୍ଟ ପାଇଁ ପ୍ରତାପଙ୍କ ଇସାରାରେ କାବୁଆଙ୍କୁ ହତ୍ୟା କରି ଫିଙ୍ଗିଦିଆଯାଇଥିବା ଅଭିଯୋଗ ହୋଇଥିଲା।
କଳାହାଣ୍ଡି ସନସଇନ ସ୍କୁଲର ପ୍ରିନ୍ସପାଲ ମମିତା ମେହେର ହତ୍ୟା ଘଟଣାରେ ପୂର୍ବତନ ଗୃହରାଷ୍ଟ୍ରମନ୍ତ୍ରୀ ତଥା ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିଲେ ମମିତାଙ୍କ ବାପା। ଏପରିକି ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗ କଲେଜକୁ ଶାରିରୀକ ସମ୍ପର୍କ ରଖିବା ପାଇଁ ଯାଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ବାପା। ଏପରିକି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୋଲିସ ବାରାକରୁ ଖସାଇବା ପଛରେ ବି ଦିବ୍ୟଶଙ୍କରଙ୍କର ହାତ ଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ତ ଦୂରର କଥା ଥରଟେ ପଚରାଉଚରା ମଧ୍ୟ କଲାନାହିଁ।
ପୁରୀ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପଛରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ସମୀର ଦାସଙ୍କ ଭୂମିକା ନେଇ ଖୋଦ୍ ଧର୍ମେନ୍ଦ୍ର ତାଙ୍କ ଶେଷ ଫୋନ କଲରେ କହିଥିଲେ। ଧର୍ମେନ୍ଦ୍ରଙ୍କ ପତ୍ନୀଙ୍କୁ ପାନୀୟରେ ନିଶା ଦେଇ ସମୀର ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ଧର୍ମେନ୍ଦ୍ର। ତେବେ ମାମଲାର ତଦନ୍ତ କରୁଥିବା କମିଶନରେଟ୍ ପୋଲିସ ସମୀର ଦାସଙ୍କୁ ତଦନ୍ତ ପରିସର ଭୁକ୍ତ କଲା ନାହିଁ।
ନୟାଗଡ଼ର କୁନି ଝିଅ ପରୀ ଅପହରଣ ଓ ହତ୍ୟା ମାମଲାରେ ତତକାଳୀନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଓ ତାଙ୍କ ସହୋଗୀ ବାବୁଲି ନାୟକର ହାତଥିବା କଥା ଖୋଦ୍ ପରୀର ମାଆ ବାରମ୍ଭାର ଚିତ୍କାର କରି କହିଥିଲେ। କିନ୍ତୁ ପୋଲିସ ଅରୁଣ ସାହୁଙ୍କୁ ଥରଟିଏ ବି ଏନେଇ ପଚରାଉଚରା କଲାନାହିଁ।
ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲାକୁ ଚାପିବା ପାଇଁ ବର୍ତ୍ତମାନର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓରଫ୍ ରାଜା ସ୍ବାଇଁ ଚାପ ପ୍ରୟୋଗ କରିଥିବା ଅଭିଯୋଗ କରିଥିଲେ ରୁଚିକାଙ୍କ ମାଆ ବିଦ୍ୟୁତପ୍ରଭା ମହାନ୍ତି, ରୁଚିକାଙ୍କ ମା। ସେହିପରି ଆଠଗଡ଼ ଗୁରୁଡ଼ିଝାଟିଆ ସମବାୟ ସମିତି ଋଣ ଜାଲିଆତି ପଛରେ ବି ରାଜା ସ୍ବାଇଁ ଓ ତାଙ୍କ ଭାଇଙ୍କର ହାତ ଥିବା ଅଭିଯୋଗ ହୋଇଥିଲା।
ସୋନାଲିକା ଦାସ ନାମକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଯୌନ ନି୍ର୍ଯାତନା ଦେବା ଅଭିଯୋଗରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଏତଲା ଦେଇଥିଲେ ପିଡ଼ୀତା ହେଲେ ପୋଲିସ କୌଣସି ଆକ୍ସନ ନେଲା ନାହିଁ। ନିଜ ଦଳର ନେତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଭୁବନେଶ୍ବର ମହିଳା ଥାନାରେ ଏତଲା ଦେଇଥିଲେ ନିଜେ ପୀଡ଼ିତା। ହେଲେ ଆଜିଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ହାତବାନ୍ଧି ବସିଛି ପୋଲିସ।
ଏବେ ପ୍ରଶ୍ନ ଉଠୁଛି ବିଭିନ୍ନ ସଙ୍ଗୀନ ଅଭିଯୋଗ ଥାଇ ବି ଏମାନେ ନୁହନ୍ତି ଜନ ବିରୋଧୀ ବରଂ ବିଜେଡି ଏମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପଦପଦବୀ ଦେଇଛି। କିନ୍ତୁ ଯେହେତୁ ସୌମ୍ୟ ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଦେଲେ ସେ ହୋଇଗଲେ ଜନବିରୋଧୀ। ଏହା ବିଜେଡିର ଦୋମୁହାଁ ଚରିତ୍ରକୁ ଧରାପକାଇ ଦେଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: