Rok Thok | ସାଧାରଣ ଲୋକଙ୍କ ହୃଦୟ ଜିତିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଗାନ୍ଧୀଜୀଙ୍କ ମୃତ୍ୟୁକୁ ସସପେନ୍ସ କଲେ ସରକାର, ଗୃହରେ ପ୍ରଶ୍ନ ଉଠାଇଲେ ସୌମ୍ୟ
ଭୁବନେଶ୍ୱର: ସ୍ମିତାରାଣୀ ମୃତ୍ୟୁ ମାମଲାରେ ବିଧାନସଭା ଉଠୁଛି ପଡ଼ୁଛି । ବିରୋଧୀ ବିଜେପି ଏହା ଏକ ହତ୍ୟା ମାମଲା ଏବଂ ଏହାର ତଦନ୍ତ ଦାବି କରିଛି । କିନ୍ତୁ କଂଗ୍ରେସ ନେତା ନରସିଂହ ମିଶ୍ର ଗୃହରେ ନାଥୁରାମ ଗଡ଼ସେ ପ୍ରସଙ୍ଗ ଉଠାଇଥିଲେ । ଗାନ୍ଧୀଙ୍କ 150 ତମ ଜନ୍ମଜୟନ୍ତୀ ଅବସରରେ ଓଡିଶା ସରକାର ଛାପିଥିବା ପୁସ୍ତକରେ ଉଲ୍ଲେଖ ରହିଛି,ଗାନ୍ଧୀଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଥିଲା ବୋଲି । ଏହି ଲେଖାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ ନରସିଂହ ।
ଅନ୍ୟପଟେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି, ଗୋଟିଏ ପଟେ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ହୋହଲ୍ଲା ହେଉଛି କିନ୍ତୁ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ଉପରେ ଆଲୋଚନା ହେଉନି । ସ୍ମିତାରାଣୀଙ୍କ ମୃତ୍ୟୁ କିପରି ହେଲା ସନ୍ଦେହ ସୃଷ୍ଟି ହେଉଛି । କିନ୍ତୁ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ କି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ।
ଏହାକୁ ଇତିହାସ କ୍ୟାପସୁଲ କୁହାଯାଏ । 100 ବର୍ଷ ପରର ଯଦି ଏହି ପତ୍ର ପତ୍ରିକା ପ୍ରକାଶ ପାଏ ସେଥିରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ରହିବ । ଏହାକୁ ଗୃହ ନିନ୍ଦା କରୁ । ସମସ୍ତେ ଏହାକୁ ନିନ୍ଦା କରିବା ଉଚିତ । କେବଳ ନିଜ ଦଳୀୟ କଥା ଉଠାଇ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ । ସମସ୍ତେ ଦଳମତ ନିର୍ବିଶେଷରେ ଆଲୋଚନା କରନ୍ତୁ ବୋଲି ଗୃହରେ ଶୂନ୍ୟକାଳରେ କହିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।
ତେବେ ରାଜ୍ୟ ସରକାରଙ୍କ ଭୁଲକୁ ଧରି ବର୍ଷିଛନ୍ତି ସୌମ୍ୟ । ଭୁଲର ସଂଶୋଧନ କରିବା ପାଇଁ ସବୁ ଦଳର ବିଧାୟକଙ୍କୁ ଅନୁରୋଧ କରି ସୌମ୍ୟ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।


Download Argus News App
