ଭୁବନେଶ୍ୱର: ଖଣ୍ଡପଡାର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଖୋଲିଦେଲେ ସରକାରଙ୍କ ପୋଲ୍ । ବିଧାୟକ ଭାବେ ନହେଲେ ମଧ୍ୟ ସମ୍ପାଦକ ଭାବେ ଖୋଲିଦେଇଛନ୍ତି ସରକାରଙ୍କ ଗୁମର । ଏଣୁ ମାଇଲେ ବ୍ରହ୍ମହତ୍ୟା, ତେଣୁ ମାଇଲେ ଗୋ ହତ୍ୟା କଥା ଉଲ୍ଲେଖ କରି ରାଜ୍ୟ ସରକାରଙ୍କ 20 ବର୍ଷର କାର୍ଯ୍ୟଶୈଳୀକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି ସୌମ୍ୟ । ଆଉ ସୌମ୍ୟଙ୍କ ଏହି ଲେଖାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ ।
ବିଜେଡିର ହେଭିୱେଟ୍ ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆର୍ଟିକିଲକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି । 'ଓଡିଶାରେ ବଢିଚାଲିଛି ଛତରଖିଆ ସଂଖ୍ୟା! ଆବାସ ପାଇଁ ସ୍ୱାମୀ, ସ୍ତ୍ରୀ ମଧ୍ୟରେ ବିବାହ ବିଚ୍ଛେଦ । ରାଜ୍ୟରେ ବଢିବଢି ଚାଲିଛି ଦିବ୍ୟାଙ୍ଗ ସଂଖ୍ୟା । 40 ବର୍ଷର ଯୁବକ ଭତ୍ତା ପାଉଛି ଆଉ 70 ବର୍ଷର ବୃଦ୍ଧା ଭତ୍ତା ପାଇବା ପାଇଁ ଏ ଦୁଆର ସେ ଦୁଆର ହେଉଛି ' ଏଭଳି କଥା ନିଜ ଲେଖା ମାଧ୍ୟମରେ ଲେଖି ସରକାରଙ୍କ ପୋଲ୍ ଖୋଲିଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟଙ୍କ ଏହି ଆର୍ଟିକିଲକୁ ନେଇ ତୃତୀୟ ମହଲାରେ ସୃଷ୍ଟି ହୋଇଛି କମ୍ପନ । ନେତା ଭାବେ ନହେଲେ ମଧ୍ୟ ଦୈନିକ ସମ୍ବାଦପତ୍ରର ସମ୍ପାଦକ ଭାବେ ସରକାରରେ ଚାଲିଥିବା କେଳାଙ୍କାରୀରର ଗୁମର ଖୋଲିଦେଇଛନ୍ତି ସୌମ୍ୟରଞ୍ଜନ । ଆଉ କହିଛନ୍ତି ଓଡିଶା ବୋଧେହୁଅ ଆଖି ଥାଉଥାଉ ଅନ୍ଧ ଆଉ କାନ ଥାଉ ଥାଉ କାଲା ସଂଖ୍ୟାରେ ନୂତନ ରେକର୍ଡ ସ୍ଥାପନ କରିବ ।
ବିଜେଡିର ବରିଷ୍ଠ ନେତା ସୌମ୍ୟରଞ୍ଜନଙ୍କ ଏପରି ଲେଖା ଏବେ 20 ବର୍ଷ ଧରି ରାଜ୍ୟ ଶାସନରେ ଚାଲିଥିବା ଅନେକ କେଳାଙ୍କାରୀର ଗୁମର ଖୋଲିଦେଇଥିବା କଥା ବୁଦ୍ଧିଜୀବି ମହଲରେ ଆଲୋଚନା ସରବ୍ୟ ପାଲଟିଛି । "ଆମ ଘରର ହାଲଚାଲ୍" ଶୀର୍ଷକରେ ପ୍ରକାଶିତ ହୋଇଥିବା ସୌମ୍ୟଙ୍କ ଆର୍ଟିକିଲରେ 1999 ମସିହା ପ୍ରଳୟଙ୍କରୀ ମହାବାତ୍ୟାରେ ବଡଚଣା ବ୍ଲକରେ ହୋଇଥିବା ଘର କେଳାଙ୍କାରୀରୁ କଥା ଆରମ୍ଭ କରି ଆଜି ପର୍ଯ୍ୟନ୍ତ ହୋଇଥିବା ଆବାସ କେଳାଙ୍କାରୀ ଉପରେ ବିସ୍ତୁତ ଭାବେ ଉଲ୍ଲେଖ କରିଛନ୍ତି ।
ଖଣ୍ଡପଡାର ବିଜେଡି ବିଧାୟକ ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଏପରିକି ଆବାସ ଯୋଜନାକୁ ଘରଭଙ୍ଗା ଯୋଜନାର ଆଖ୍ୟା ଦେଇ ସିଧାସିଧା ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି । ଏପରିକି ଏଣୁ ମାଇଲେ ଗୋହତ୍ୟା ଆଉ ତେଣୁ ମାରିଲେ ବ୍ରହ୍ମହତ୍ୟା ବୋଲି କହି ମଧ୍ୟ ରାଜ୍ୟରେ ଚାଲିଥିବା ସରକାରୀ ବ୍ୟବସ୍ଥାର ଗୁମର ଖୋଲିଛନ୍ତି ସୌମ୍ୟରଞ୍ଜନ । ବିଜେଡିର ଏହି ହେଭିୱେଟ୍ 20 ବର୍ଷର ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ନ ପଚାରି ନିଜକୁ ପ୍ରଶ୍ନ ପଚାରିବା ପାଇଁ ଆହ୍ୱାନ କରିଛନ୍ତି । ସୌମ୍ୟ ଉଲ୍ଲେଖ କରିଥିବା ଲେଖା ଅନୁସାରେ.....
କୋଡିଏ ବର୍ଷ ହେଲେ ଆମ ଚରିତ୍ରରେ କୌଣିସି ପରିବର୍ତ୍ତନ ହୋଇନାହିଁ
ଓଡିଶାରେ ଅଧିକାଂଶ ସ୍ଥାନରେ ଭିନ୍ନକ୍ଷମଙ୍କ ସଂଖ୍ୟା ଅସ୍ୱାଭାବିକ୍ ଭାବେ ବଢିବାରେ ଲାଗିଛି
ରାଜନୈତିକ ଦଳ ଦୁର୍ନୀତିକୁ ଯେପରି ଦେଖୁଛନ୍ତି ତାହା ଚିନ୍ତାର କାରଣ
ଅଯୋଗ୍ୟ ଲୋକ ଲାଭ ପାଉ କିନ୍ତୁ ଯୋଗ୍ୟ ଲୋକ ବଂଚିତ ନ ହେବା ଦରକାର
1999 ମସିହା ବାତ୍ୟାରେ ରାଜ୍ୟରେ ହୋଇଥିବା ଇନ୍ଦିରାଆବାସ କେଳାଙ୍କାରୀ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କିପରି ଚାଲିଛି ଏହାର ପୋଲ୍ ଖୋଲି ଏବେ ଚର୍ଚ୍ଚାକୁ ଆସିଛନ୍ତି ବିଜେଡିର ହେଭିୱେଟ୍ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଯାହାକୁ ନେଇ ରାଜନୈତିକ ମହଲରେ ସୃଷ୍ଟି ହୋଇଛି ଝଡ ।