ଶପଥ ପାଠ ପରେ ସୌଜନ୍ୟତା ଦୃଷ୍ଟିରୁ ରୁଦ୍ର ବାଚସ୍ପତିଙ୍କୁ ପ୍ରଣାମ କରିବା ସହ କିଛି କହିଥିବା ଦେଖିବାକୁ ମିଳିଥିଲା। ଆଉ ତା ପରେ ବାଚସ୍ପତି ମହୋଦୟ ତାଙ୍କୁ କୁଣ୍ଢାଇ ପକାଇଥିଲେ।
ପିତା ପ୍ରଦୀପ ମହାରଥୀ ଦୀର୍ଘ ଦିନର ପୋଖତ ରାଜନେତା ହୋଇଥିବାରୁ ବର୍ତ୍ତମାନର ଅନେକ ବିଧାୟକଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ରହିଛି। ଯେଉଁଥିପାଇଁ ରୁଦ୍ରଙ୍କୁ ସମସ୍ତ ବରିଷ୍ଟ ସଦସ୍ୟଙ୍କଠାରୁ ଏହିଭଳି ଶ୍ରଦ୍ଧା ମିଳିବ ବୋଲି କୁହାଯାଉଛି।
ଯାହାକୁ ଦେଖି କିଛି ଲୋକ କହିଲେଣି ଅଙ୍କଲ୍ସ ଟିମରେ ଏବେ ସାମିଲ ହୋଇଛନ୍ତି ପୁତୁରା। ଯାହାର ଅର୍ଥ ଆପଣ ଠିକ୍ ବୁଝିପାରୁଥିବେ।
ଆଜି ଶପଥପାଠ ପରେ ମହାରଥୀ କହିଛନ୍ତି, ଅଞ୍ଚଳର ବିକାଶ ମୋର ପ୍ରଥମ ଲକ୍ଷ୍ୟ । ଆଜି ଶପଥ ନେବା ପରେ ଆସନ୍ତାକାଲିଠୁ ଏଦିଗରେ କାମ ଆରମ୍ଭ କରିବି।
ସୂଚନାଯୋଗ୍ୟ ଏଥର ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପାଖାପାଖି ୨୦ ହଜାର ଭୋଟରେ ପରାସ୍ତ କରି ପିପିଲି ଆସନ ହାତେଇଛନ୍ତି ।