ପୁରୀ: ବାହୁଡା, ସୁନା ବେଶ ଓ ନୀଳାଦ୍ରି ବିଜେ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । କରୋନା ସଂକ୍ରମଣ ଯେମିତି ନବ୍ୟାପେ ସେନେଇ ବିଭିନ୍ନ ପଦକ୍ଷେପ ନେଉଛି ପୁରୀ ପ୍ରଶାସନ । ବାହୁଡା, ସୁନା ବେଶ ଓ ନୀଳାଦ୍ରି ବିଜେକୁ ଲକ୍ଷ୍ୟରେ ରଖି ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଜାରି କରାଯାଇଛି ।
Visual Media representatives of Puri can apply for Curfew Pass latest by 4 PM of 29th June to remain present at the specified area earmarked by Dist Administration Puri, during Bahuda, Suna Besha, Adharapana & Niladribije. Click to apply online: https://t.co/eyrnpBJo7A
— I & PR Department, Odisha (@IPR_Odisha) June 28, 2020
ଏହି ସମୟରେ ସିଧା ପ୍ରସାରଣ କରିବାକୁ ଥିବା ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ନୂତନ କର୍ଫ୍ୟୁ ପାସ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଏହି ସ୍ୱତନ୍ତ୍ର ପାସ ଆସନ୍ତା କାଲି ଅପରାହ୍ନ ୪ଟା ମଧ୍ୟରେ ଭିଡିଓ ଗ୍ରାଫର ମାନେ ଗ୍ରହଣ କରିବାକୁ କୁହାଯାଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭଗ ।
ସୂଚନାଯୋଗ୍ୟ, ଭକ୍ତଙ୍କ ଗହିଳିକୁ ଦୃଷ୍ଟିରେ ରଖି ଶ୍ରୀଗୁଣ୍ଡିଚା ବେଳେ ମଧ୍ୟ ପୁରୀକୁ ସଟ୍ଡାଉନ୍ ଘୋଷଣା କରାଯାଇଥିଲା । ସେହିପରି ବାହୁଡ଼ା ପାଇଁ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀଗୁଣ୍ଡିଚା ଭଲି ମଧ୍ୟ ବାହୁଡ଼ାରେ ଘରେ ରହି ଟିଭିରେ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଜିଲ୍ଲାପାଳ କହିଛନ୍ତି । ରଥଯାତ୍ରା ପରି ବାହୁଡ଼ାରେ ମଧ୍ୟ ପୁରୀକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।