ପୋଷା କୁକୁର ବେକରେ ମାଲିକଙ୍କ ନାଁ ଝୁଲିବ । କୁକୁର କାହାକୁ ଆକ୍ରମଣ କଲେ ମାଲିକ ତଣ୍ଡ ଗଣିବେ । ଆବଶ୍ୟକ ପଡିଲେ ପଞ୍ଜିକରଣ ବାତିଲ ହେବ । ପୋଷା କୁକୁର ରଖିବାକୁ ହେଲେ ଅନଲାଇନରେ ପଞ୍ଜିକରଣ କରିବେ । ଏଥିପାଇଁ 500 ଟଙ୍କା ଦେବାକୁ ପଡିବ । ଜମେ ମାଲିକ ସର୍ବାଧିକ 2 ଟି କୁକୁର ରଖିପାରିବେ । କୁକୁରକୁ ବାହାରକୁ ବୁଲାଇବାକୁ ନେଲେ ଟେନ୍ ରେ ବାନ୍ଧିବା ବାଧ୍ୟତାମୂଳକ । ସେହିପରି ପାର୍କ, ରେସ୍ତୋରାଂ, ଜିମ୍, ମଲ୍ କୁ କୁକୁର ନେବା ଉପରେ ବାରଣ କରିବାକୁ ପ୍ରସ୍ତାବ ରହିଛି । କୁକୁରକୁ ଭ୍ୟକ୍ସିନ ଦିଆଯିବ । ଘରେ ସ୍ୱତନ୍ତ୍ର ଜାଗା ରହିବା ଦରକାର । ଯେପରି ପଡୋଶୀ ଅସୁବିଧାରେ ନ ପଡନ୍ତି । ସର୍ବସାଧରଣ ଜାଗାରେ ପୋଷା କୁକୁର ଶୌଚ କରିବା ଉପରେ ବାରଣ ରହିଛି । ଆଉ ପୋଷା କୁକୁର ମୃତ୍ୟୁ ହେଲେ ବାହାରେ ପକାଇ ପାରିବେନି । ମୃତ କୁକୁର ପାଇଁ ସତ୍ୱନ୍ତ୍ର ଗାଡି ବ୍ୟବସ୍ଥା କରାଯିବ ।
ବୈଠକରେ ପଶୁପ୍ରେମୀ, ପଶୁ ମାଲିକ, ପୋଷା ପଶୁପକ୍ଷୀ ବ୍ୟବସାୟୀ, ପଶୁ ଚିକିତ୍ସକଙ୍କ ସମେତ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ସମସ୍ତେ ବିଏମସିର ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ନିଜ ନିଜ ମତ ଓ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତୁତ ହୋଇଥିବା ଚିଠା ପ୍ରସ୍ତାବରେ କିଛି ପରିବର୍ତ୍ତନ କରିବା ପାଇଁ 10ଦିନର ସମୟ ରହିଛି।
ଏହାପରେ ସଂଶୋଧିତ ଚିଠା ପ୍ରସ୍ତାବକୁ ବିଏମସି କର୍ପୋରେସନ ବୈଠକରେ ଆଲୋଚନା କରି ଆଇନରେ ପରିଣତ କରାଯିବ । ବିଏମସି pet act ରେ ମୁଖ୍ୟତଃ ଗୃହପାଳିତ ପଶୁପକ୍ଷୀଙ୍କ ପଞ୍ଜିକରଣ ଓ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ନବୀକରଣ, ସେମାନଙ୍କର ଟୀକାକରଣ ସହିତ ପରିବେଶ ଓ ପରିମଳ ଉପରେ ଗୁରୁତ୍ୱ ଦିଆଯାଇଛି। ଏଭଳି ନିୟମ ସମସ୍ତଙ୍କ ପାଇଁ ଉପାଦେୟ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।