ଘର
ଓଡ଼ିଶା
` କ୍ରୀଡାବିତ ଓ ଭିତ୍ତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ '
` କ୍ରୀଡାବିତ ଓ ଭିତ୍ତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ '
by Smruti Parija
ଭୁବନେଶ୍ୱର: ଓଡ଼ିଶାରେ ହେବ କ୍ରୀଡାର ପାୱାର ହାଉସ । କ୍ରୀଡାବିତ ଓ ଭିତ୍ତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ । ବରଂ ଗ୍ରାମାଞ୍ଚଳରେ ପହଞ୍ଚିବାକୁ ପଡ଼ିବ । କ୍ରୀଡାବିତ୍ ମାନଙ୍କୁ ଯେଉଁ ଆନୁଷଙ୍ଗିକ ସୁବିଧା ଯୋଗାଇବା କଥା ସେନେଇ ବ୍ୟାପକ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସାହ କାର୍ଯ୍ୟକ୍ରମ ପିଲାଙ୍କ ମଧ୍ୟରେ ଭରି ଦେଇଛି ଉତ୍ସାହ । କ୍ରୀଡା ପ୍ରତିଭା ଗ୍ରାମାଞ୍ଚଳ ପିଲାଙ୍କ ପାଖରେ ରହିଛି ସେମାନଙ୍କ ପାଖରେ ସରକାର ପହଂଚିଛନ୍ତି ।
`ସରକାର ସେମାନଙ୍କ ପରିବାର ଓ ଅଭିଭାବକ ମଧ୍ୟ' । ସେମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଭାକୁ ଅନ୍ୱେଷଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ହେବ କ୍ରୀଡାର ପାୱାର ହାଉସ୍ । ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ଥିବା ପିଲାମାନଙ୍କ ମଧ୍ୟରେ ଏହି ପ୍ରତିଭାକୁ ଜାଗ୍ରତ ନକରିବା ପର୍ଯ୍ୟନ୍ତ ପାୱାର ହାଉସରେ ପରିଣତ ହୋଇପାରିବ ନାହିଁ । ବିଜେପି ସରକାରକୁ ଆସିବା ପରେ କ୍ରୀଡ଼ା ଇଭେଣ୍ଟ ଭାବରେ ରଖାଯାଇନାହିଁ । କ୍ରୀଡା ଯେଉଁଭଳି ଭାବରେ ଉପାନ୍ତ, ସୀମାନ୍ତକୁ ପହଞ୍ଚିପାରିବ ଓ ସମସ୍ତେ ଏହାର ଉପଲବ୍ଧି ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି ।