ପ୍ରବଳରୁ ଅତି ପ୍ରବଳ ବର୍ଷା ଦୃଷ୍ଟିରୁ SRCଙ୍କ ସତର୍କତା ନିର୍ଦ୍ଦେଶ । ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ତଳିଆ ଅଞ୍ଚଳରେ ଆଗକୁ ବନ୍ୟା ଆସିପାରେ । ଯଦି ଜନବସତି ପ୍ରଭାବିତ ହୁଏ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଯେଉଁଭଳି ଭାବରେ ରାଜ୍ୟରେ ବର୍ଷା ହେଉଛି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
୧୭ରେ ଆଉ ଏକ ଲଘୁଚାପ, ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ SRCଙ୍କ ନିର୍ଦ୍ଦେଶ । ପାଣି ଜମିଥିବା ଓ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ କହିଲେ । ଆବଶ୍ୟକ ସ୍ଥଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇବାକୁ ନିର୍ଦେଶ, ରାସ୍ତା ଧୋଇଥିଲେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ନିର୍ଦେଶ ଦେଇଛନ୍ତି ଏସଆରସି ।
Download Argus News App
