ସେ ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି ଯେ, ବାତ୍ୟାର ଦିଗ, ଲ୍ୟାଣ୍ଡଫଲକୁ ନେଇ କୌଣସି ଦ୍ଵନ୍ଦ ସୃଷ୍ଟି ନ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆମେ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛୁ । ଫାୟର,ଏନଡ଼ିଆରଏଫ, ଓଡ୍ରାଫ ଟିମକୁ କେଉଁ କେଉଁ ସ୍ଥାନକୁ କେତେଟି ଟିମ ପଠାଯିବ ତାହାର ପ୍ଲାନ ପ୍ରସ୍ତୁତ ହେଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କୁହାଯାଇଛି । ଆଜି ବିଭିନ୍ନ ବିଭାଗ ସହ ବୈଠକ କରି ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ସେହିପରି ବିଜୁଳି ବିଭାଗ ପକ୍ଷରୁ କେତେ ମ୍ୟାନପାୱାର ଓ କେତେ ଇକ୍ୟୁମେଣ୍ଟ ଲାଗିବ ତାକୁ ସଜାଗ ରଖିବା ପାଇଁ କୁହାଯାଇଛି । ପୂର୍ତ୍ତ ବିଭାଗକୁ କୁହାଯାଇଛି ବାତ୍ୟା ପରେ କିପରି ତୁରନ୍ତ ରାସ୍ତା ସଫା କରିବା ସହ ଗଛ କାଟିବା ସେଥିପାଇଁ ପ୍ରସ୍ତୁତ ରହିବେ । ମତ୍ସ୍ୟ ଓ ପଶୁ ସଂପଦ ବିଭାଗକୁ କୁହାଯାଇଛି ଯେଉଁ ମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଓ ଅନ୍ୟମାନେ କିପରି ଭିତରକୁ ନଯିବେ ସେମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇବେ ।