ରାଜ୍ୟ ପୋଲିସ ହେଲମେଟ ଚେକିଂ ରେ ବ୍ୟସ୍ତ କିନ୍ତୁ ଅପରାଧୀ ଦମନରେ ବିଫଳ...
ପୁରୀ: ଶ୍ରୀ ମନ୍ଦିରର ସେବାୟତ ଓ ସେମାନଙ୍କ ପରିବାରର ସଦସ୍ୟଙ୍କୁ କରୋନା ଟିକା ଦେବା ପାଇଁ ସ୍ଵାସ୍ଥ୍ୟ ବିଭାଗକୁ ଶ୍ରୀ ମନ୍ଦିର ପ୍ରଶାସନ ଅନୁରୋଧ କରିଛି। ପ୍ରତିଦିନ ସେମାନେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସଂଶ୍ପର୍ଷରେ ଆସୁଥିବାରୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ତେଣୁ ମନ୍ଦିର ପ୍ରଶାସନ ସେମାନଙ୍କୁ କୋରନା ଟିକା ଦେବା ନିମନ୍ତେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛି।
ଶ୍ରୀ ମନ୍ଦିର ପ୍ରଶାସନର 5ଶହ କର୍ମଚାରୀଙ୍କୁ କରୋନା ଟିକା ଦେବା ପାଇଁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ, ବିନା କୋଭିଡ ନେଗେଟିଭ ରିପୋର୍ଟରେ ଶ୍ରୀ ମନ୍ଦିରରେ ଦର୍ଶନ ଆଜିଠାରୁ ଆରମ୍ଭ ହୋଇଛି।