ଏହି ଅବସରରେ କଟକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ, ବୌଦ୍ଧ ଜିଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁ ଓ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ । ସେହିପରି ବୌଦ୍ଧଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ସାଂସଦଙ୍କ ପ୍ରତିନିଧି ଶ୍ରୀ ତାରେଣି ମହାପାତ୍ର ଓ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଏହି ଅଷ୍ଟିଓପାଥି କ୍ଲିନିକ ବୌଦ୍ଧ ମୁଖ୍ୟଚିକିତ୍ସାଳୟର ଫିଜିଓଥେରାପି ୟୁନିଟ ନିକଟରେ ଆସନ୍ତା ୧ ତାରିଖଠାରୁ ନିୟମିତ ଭାବରେ କାର୍ଯ୍ୟ କରିବ ।
ଏହି କ୍ଲିନିକରେ ବିଭିନ୍ନ ରୋଗର ନିଦାନ ଓ ପରାମର୍ଶ ସହିତମାଂଶପେଶୀ,ଅସ୍ଥି,ଲିଗାମେଣ୍ଟ ଏବଂ କନେକ୍ଟିଂ ଟିସୁ ସଂପର୍କରେ ଚିକିତ୍ସା ସେବା ମିଳିପାରିବ । ଏହି ଅଷ୍ଟିଓପାଥି ଚିକିତ୍ସାରେ ଔଷଧ କିମ୍ବା ଅସ୍ତ୍ରୋପଚାରର ଆବଶ୍ୟକତା ନାହିଁ । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶ୍ରୀ ଶ୍ରୀ ରବିଶଙ୍କର ସମଗ୍ର ବୌଦ୍ଧବାସୀଙ୍କ ଉଦ୍ଦେଶ୍ୟରେ ନିଜର ଆର୍ଶୀବଚନ ସହିତ ଚିକିତ୍ସା ସେବାର ଲାଭ ଉଠାଇ ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।