ରିପୋର୍ଟ ନଂ ୧- ଯେଉଁଥିରେ ସଫାସଫା ଲେଖାହୋଇଛି ରତ୍ନଭଣ୍ଡାରର ନକଲି ଚାବି ରେକର୍ଡ ରୁମରୁ ମିଳିଥିଲା ।
ରିପୋର୍ଟ ନଂ ୨- ଯେଉଁଥିରେ ଲେଖାହୋଇଛି ରେକର୍ଡ ରୁମରୁ ମିଳିଥିବା ଚାବି ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଅଗଷ୍ଟ 6, 2018 ରେ ଜିଲ୍ଲା କୋଷାଗାରରେ ଜମା କରାଯାଇଛି ।
ରିପୋର୍ଟ ନଂ ୩- ଯେଉଁଥିରେ ଲେଖାହୋଇଛି 2018 ଜୁନ୍ 13 ତାରିଖରୁ 2018 ଅଗଷ୍ଟ 6 ତାରିଖ ମଧ୍ୟରେ ଜିଲ୍ଲା ରେକର୍ଡ ରୁମରୁ ରତ୍ନଭଣ୍ଡାର ସମ୍ପର୍କିତ ଶ୍ରୀମନ୍ଦିର ପ୍ରଶାସନକୁ କୌଣସି ପତ୍ର ଲେଖାଯାଇନାହିଁ ।
ରିପୋର୍ଟ ନଂ 4- ଜିଲ୍ଲାପାଳଙ୍କ ପିଏ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି ଶ୍ରୀମନ୍ଦିର ପ୍ରଶାସନକୁ କୌଣସି ଚିଠିପତ୍ର ଲେଖାଯାଇନାହିଁ ।
ରିପୋର୍ଟ ନଂ ୫- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ନକଲି ଚାବି ନେଇ କୌଣସି ଚିଠିପତ୍ର ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇନାହିଁ ।
ଭିତର ରତ୍ନଭଣ୍ଡାର ଚାବି ହଜିବା, ରେକର୍ଡ ରୁମରୁ ନକଲି ଚାବି ମିଳିବା, ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାନଯିବା ନକଲି ଚାବି ନାଟକ ଥିଲା ବୋଲି ଇଙ୍ଗିତ କରୁଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ସେବାୟତ ମହଲରେ କଡା ପ୍ରତିକ୍ରିୟା । ଭିତର ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ ତୁଟୁନଥିବା ବେଳେ ରତ୍ନଭଣ୍ଡାର ଭିତରେ ଜଗନ୍ନାଥଙ୍କ ମହଣ ମହଣ ରତ୍ନ ଅଳଙ୍କାର
ଓଡିଶା ଖବର ଆହୁରି ପଢ଼ନ୍ତୁ ।