ଏହି ସ୍ବାଗତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଫକୀର ମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ସନ୍ତୋଷ ତ୍ରିପାଠୀ । ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ବରିଷ୍ଟ ସାମ୍ବାଦିକ ରାଜାରାମ ଶତପଥୀ । ଏଥିସହ ସୃଷ୍ଟି ଏକାଡେମୀର ବାର୍ଷିକ ପତ୍ରିକା ସ୍ରୀଜନର ସପ୍ତମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା ।
ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟରେ ସ୍ବାଗତ ସମାରୋହ ଉତ୍ସବ

ଅର୍ଗସ ବ୍ୟୁରୋ : ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟରେ ଆୟୋଜିତ ହୋଇଛି ସ୍ବାଗତ ସମାରୋହ ଉତ୍ସବ "ଆରୋହଣ ୨୦୨୨ " । ଏହି କାର୍ଯ୍ୟକ୍ରମରେ ନବାଗତ ଏମବିଏ ଏବଂ ଇଣ୍ଟିଗ୍ରେଟଡ ଏମବିଏ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା । ଏହାସହ ସେମାନଙ୍କୁ ସମୟୋପଯୋଗୀ ପାଠ୍ୟକ୍ରମ ସହିତ ଭବିଷ୍ୟତରେ କିପରି ଉତ୍ତମ ପ୍ରଯୁକ୍ତିଭିତ୍ତିକ ଅଧିକାରୀ ରୂପେ ନିଜକୁ ଗଢି ତୋଳିବେ ସେନେଇ ପରାମର୍ଶ ଦିଆଯାଇଥିଲା ।
Download Argus News App
