ଏହା ସହ ନିଆଳି ବ୍ଲକରେ ଥିବା ଅଧିକାଂଶ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଣଦେଖା କରାଯାଉଛି ବୋଲି ରାଜ୍ୟ ବିଜେପି ନେତୃବୃନ୍ଦ ଅଭିଯୋଗ କରିଛନ୍ତି। ନିଆଳି ବ୍ଲକ ବିଜେପି ନେତା ଛବି ମଲ୍ଲିକଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ଧାରଣାରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ, ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରେଇଙ୍କ ସମେତ ସାରସକଣା ଓ ଉଦଳା ବିଧାୟକ ଏହି ଧାରଣାରେ ସାମିଲ ହୋଇଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ଧାରଣା

କଟକ : କଟକ ଜିଲ୍ଲା ନିଆଳି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ଧାରଣା। ନିଆଳି ବିଡିଓଙ୍କ ମନମୁଖୀ କାର୍ଯ୍ୟ ଓ ଦଳୀୟ ଭିତ୍ତିରେ କାର୍ଯ୍ୟକୁ ବିରୋଧ କରି ବିଜେପି ପକ୍ଷରୁ ଏହି ଧାରଣା ଦିଆଯାଇଛି। ଗତ ତିନି ଦିନ ଧରି ଏହି ଧାରଣା ଜାରି ରହିଛି। ନିଆଳି ବ୍ଲକରେ ଅଧିକାଂଶ ଲୋକଙ୍କ ନିକଟରେ କେନ୍ଦ୍ର ସରକାର ପଠେଇ ଥିବା ଯୋଜନାକୁ ବିଡିଓ ପହଞ୍ଚେଇବାରେ ବିଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
Download Argus News App
