ଏହାବାଦ କେନ୍ଦ୍ରରେ ମୋଦି ସରକାରଙ୍କ ଭଳି ରାଜ୍ୟରେ ମଧ୍ୟ ବିଜେପି ସରକାର କିଭଳି ଆସିବ ତାକୁ ନେଇ ଜୋରଦାର ପ୍ରୟାସ କରିବ ଯୁବମୋର୍ଚ୍ଚା। ଏହି ବୈଠକରେ ଉପସ୍ଥିତ ରହିଥଲେ ରାଜ୍ୟ ସଭାପତି ମନ ମୋହନ ସାମଲ, ସାଂସଦ ଜୁଏଲ ଓରାମ। ଆଗାମୀ ସାଧାରଣ ନିର୍ବାଚନରେ ଶାସକ ଦଳର ଦୁର୍ନୀତି ବାହାରକୁ ଆଣିବା ଏବଂ ସୋସିଆଲ ମିଡିଆକୁ ଅଧିକ ଚଳଚଞ୍ଚଳ କରିବା ନେଇ କଥା ରଖିଥିଲେ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ସାମାଜିକ ଗଣମାଧ୍ୟମ ସଂଯୋଜକ କପିଲ୍ ପରମାର। ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୁବ ମୋର୍ଚ୍ଚା ଆହୁରି କାର୍ଯ୍ୟଶୀଳ ହେବ ବୋଲି କହିଛନ୍ତି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ।
ଅଧିକ ପଢ଼ନ୍ତୁ ରାଜନୀତି ଖବର