କ୍ୟାବିନେଟ୍ ଶିଳ୍ପ ନିତୀ 2015 ର ଦୁଇଟି ସଂଶୋଧନକୁ ଅନୁମୋଦନ କରିଛନ୍ତି କ୍ୟାବିନେଟ । ବିଭିନ୍ନ ପ୍ରୋତ୍ସାହନ ଏବଂ ପ୍ରମାଣପତ୍ର ବିଷୟରେ ଅଜ୍ଞତା କାରଣରୁ ଅନେକ କ୍ଷେତ୍ରରେ ଶିଳ୍ପ ସଂସ୍ଥା ଆବେଦନପତ୍ର ଦାଖଲ କରିବାରେ ବିଳମ୍ବ ହୁଏ । COVID-19 ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମଧ୍ୟ ବିଚାରକୁ ନେଇ, ଶିଳ୍ପ ନିତୀ 2015 ଅଧୀନରେ ସମସ୍ତ ପ୍ରକାରର ପ୍ରୋତ୍ସାହନ ଏବଂ ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ କରିବାର ସମୟସୀମାକୁ ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ ଦିଆଯାଇଛି । ୨ ବର୍ଷରୁ ଅଧିକ ବିଳମ୍ବ ପାଇଁ, ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । 30.06.2023 ମଧ୍ୟରେ ଦାଖଲ କରିଥିଲେ ମଧ୍ୟ ଅଯୋଗ୍ୟ ହୋଇଥିବେ ସେମାନଙ୍କ ଦରଖାସ୍ତ ଯୋଗ୍ୟ ଅବେଦନକାରୀ ଭାବେ ପୂନଃ ବିଚାର କରାଯିବ ।
ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି 2016ରେ 13.11.2018 ରେ ଏକ ସଂଶୋଧନ କରାଯାଇଥିଲା ଯେଉଁଥିରେ ଦ୍ରବଣ ନିଷ୍କାସନ ଏବଂ ରିଫାଇନ ତୈଳ ପ୍ରସ୍ତୁତୀ ଏବଂ ପାନୀୟ ଜଳର ବିଶୋଧନ କାରଖାନା କାର୍ଯ୍ୟକଳାପକୁ ନକାରାତ୍ମକ ତାଲିକାରୁ ହଟାଯାଇଥିଲା ଏବଂ ଏହି ନୀତି ଅନୁଯାୟୀ ପ୍ରୋତ୍ସାହନ ପାଇଁ ଯୋଗ୍ୟ ହୋଇଥିଲେ । କିନ୍ତୁ 18.08.2020 ରେ IPR 2015 ରେ ସମାନ ବ୍ୟବସ୍ଥା କରାଯାଇଥିଲା । IPR ଏବଂ କ୍ଷେତ୍ରୀୟ ନୀତିରେ ଉପରୋକ୍ତ ଅସଙ୍ଗତିକୁ ଦୃଷ୍ଟିରେ ରଖି ସରକାର ଅନୁମୋଦନ କରିଛନ୍ତି ଯେ 18.08.2020 ରେ IPR 2015 ରେ କରାଯାଇଥିବା ସଂଶୋଧନ OFPP 2016 ରେ ହୋଇଥିବା ସଂଶୋଧନ ତାରିଖଠାରୁ ଅର୍ଥାତ୍ 13.11.2018 ଠାରୁ କାର୍ଯକାରୀ ହେବ ।