ନଭେମ୍ବର ମାସରେ ପଜିଟିଭିଟି ରେଟ ଭାରତରେ ୧.୧ ପ୍ରତିଶତ ଥିଲାବେଳେ ରାଜ୍ୟରେ ୦.୪ ପ୍ରତିଶତ । କୋଭିଡ଼ ଟେଷ୍ଟିଂ ଦେଶରେ ପ୍ରତି ୧ ଲକ୍ଷରେ ହାରାହାରି ୨୬୮୫ ରହିଥିବାବେଳେ ଓଡିଶାରେ ୪୫୪୨ ଅଛି । ସେହିଭଳି ମୃତ୍ୟୁହାର ଜାତୀୟ ସ୍ତରରେ ୧.୩ ପ୍ରତିଶତ ଥିବା ବେଳେ ରାଜ୍ୟରେ ୦.୮ ପ୍ରତିଶତ ରହିଛି ।
ଗତକାଲି ଓଡିଶାର ୬ଟି ଜିଲ୍ଲା ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀରରେ କେସ ଲୋଡ଼ ଅଧିକ ରହିଛି, ଟେଷ୍ଟିଂ ଠିକ ଭାବରେ ହେଉନାହିଁ ବୋଲି କେନ୍ଦ୍ର ରାଜ୍ୟକୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛି ଏବଂ ପଦକ୍ଷେପ ନେବାକୁ କୁହାଯାଇଛି।
ଓମିକ୍ରନକୁ ନେଇ WHO କିମ୍ବା ଆନ୍ତର୍ଜାତିକ ସ୍ତରରେ ସେଭଳି କୌଣସି ଫାଟାଲିଟି ହେବାର ସୂଚନା ମିଳିନାହିଁ । ଏବେ ବି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି । ନୋଟିଫାଏଡ ଦେଶରୁ କିଛି ଲୋକ ଆସିଛନ୍ତି, ସେମାନଙ୍କୁ ନେଇ ବିଶ୍ଲେଷଣ ଚାଲିଛି । ଯଦି କୌଣସି ଲୋକ ଆସିଛନ୍ତି, ସେମାନେ କୋଭିଡ ଟେଷ୍ଟ କରାଇ ନେବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।