ଅର୍ଗସ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ଭୋଟ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନ ସଚିବଙ୍କ ପ୍ରତିକ୍ରିୟା । ଫେକ୍ ଭୋଟର ମାନଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସତର୍କବାଣୀ । ଫେକ୍ ଭାବେ ଭୋଟ ଦେଲେ ଦିଆଯିବ ପୋଲିସର ଜିମା ।
ଚ୍ୟାଲେଞ୍ଜ ଭୋଟ -
ଯଦି ପ୍ରାର୍ଥୀମାନଙ୍କ ଏଜେଣ୍ଟ କୌଣସି ଭୋଟରର ପରିଚୟ ଉପରେ ଆପତ୍ତି କରନ୍ତି ତେବେ ଏଜେଣ୍ଟମାନେ 2 ଟଙ୍କା ଦେଇ ତାଙ୍କର ପରିଚୟକୁ ଚ୍ୟାଲେଞ୍ଜ କରିପାରିବେ । ପ୍ରିଜାଇଡ଼ିଙ୍ଗ ଅଫିସରମାନେ ସ୍ପଟ ଉପରେ ତାହାର ଯାଞ୍ଚ କରିବେ । ଯଦି ଅଭିଯୋଗଟି ସତ୍ୟ ପ୍ରମାଣିତ ହେଲା ସେହି ଲୋକଙ୍କୁ ପୋଲିସର ଜିମା ଦିଆଯିବ । ଯଦି ଅଭିଯୋଗ ସତ ନୁହେଁ ସେ ଭୋଟ୍ ଦେଇ ପାରିବେ ।
ଟେଣ୍ଡଡ଼ ଭୋଟ -
ଯଦି ଜଣଙ୍କ ସ୍ଥାନରେ ଅନ୍ୟ ଜଣେ ଭୋଟ ଦେଇ ଦେଇଥିବ । ସେହି କ୍ଷତ୍ରରେ ସେହି ଭୋଟରଙ୍କୁ ଟେଣ୍ଡଡ଼ ଭୋଟ ପାଇଁ ଅନୁମତି ଦିଆଯିବ । ମାତ୍ର ସେ ଭୋଟ ଦେଇଥିବା ବାଲାଟ ପେପରକୁ ଅଲଗା ରଖାଯିବ । ଏବଂ ତାଙ୍କ ଭୋଟଟିକୁ କାଉଣ୍ଟ କରାଯିବ ନାହିଁ ।
ଅନ୍ୟପଟେ ନିର୍ବାଚନ ପରିଚାଳନାରେ ଭାଗ ନେଇଥିବା ପୁଲିଂ ଅଫିସରମାନେ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ନଥିବା କଥା କହିଲେ ରାଜ୍ୟ ନିର୍ବାଚନ କମିଶନ ଅଧିକାରୀ ।
ରାଜନଗର: ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର ଗୌରାଙ୍ଗ ଘଡେଇ । ସଙ୍କଟାପନ୍ନ ରୋଗୀଙ୍କୁ ନିଜେ ବେଡ୍ କୁ ଟେକି ଟେକି ଆଣିବା ସହ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେଲେ । ତାଙ୍କ ତପ୍ତରତା ଦେଖି ନର୍ସଠୁ ଆରମ୍ଭ କରି ସିକ୍ୟୁରିଟି ଗାର୍ଡ ପର୍ଯ୍ୟନ୍ତ ସମସ୍ତେ ଯେମିତି ଧାଇଁଯାଇଥିଲେ । କିଛି ସମୟ ପାଇଁ ସେହି କ୍ଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ଡାକ୍ତର ଖାଲି ଚେୟାର ବସି ନିର୍ଦ୍ଦେଶ ଦେଉଥିବେ ତାହା ଭୂଲ୍ ପ୍ରମାଣିତ ହେଲା । ବରଂ ଦରକାର ପଡିଲେ ନିଜେ ଉଠି ଯାଇ ରୋଗୀଙ୍କ ସେବା କରି ପ୍ରକୃତ ଡାକ୍ତରର ପରିଚୟ ଦେଇଛନ୍ତି ଗୌରାଙ୍ଗ ଘଡେଇ । ଏହି ଦୃଶ୍ୟ ହେଉଛି ରାଜନଗର ତାଳଚୁଆ ସ୍ୱାସ୍ଥ୍ୟ କେନ୍ଦ୍ରର । ଏହି ଅଞ୍ଚଳର ଡାକ୍ତର ଗୌରାଙ୍ଗ ଘଡ଼ାଇ ନିଜେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ଜଣେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ରୋଗୀ ଜଣକୁ ନିଜ କୋଳରେ ବୋହି ଡାକ୍ତରଖାନା ନେଇଛନ୍ତି ।
ଏହି ଘଟଣା ପରେ ସାରା ଅଞ୍ଚଳରେ ଡାକ୍ତର ଗୌରାଙ୍ଗଙ୍କ ପାଇଁ ବାଃ ବାଃ ଶବ୍ଦ ଗୁଞ୍ଜରିତ ହେଉଛି । ଯାହା ଏହି ଚିତ୍ର ବୟାନ କରୁଛି । ପ୍ରକୃତରେ ଜଣେ ଡାକ୍ତର ହେଉଛନ୍ତି ଭଗବାନ ।
ଡାକ୍ତରଙ୍କୁ ପୃଥିବୀରେ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । ଯିଏ ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି । ହେଲେ ଆଜିକା ସ୍ୱାର୍ଥପର ଯୁଗରେ ଏସବୁ କମ୍ ଦେଖିବାକୁ ମିଳୁଛି । ହେଲେ ଡାକ୍ତର ଗୌରାଙ୍ଗ ଘଡେଇ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ରୋଗୀଙ୍କୁ ଡାକ୍ତରଖାନା ଆସିବାକୁ ନିବେଦନ କରିବା ସହ ସମସ୍ତ ସୁବିଧା ଯୋଗାଇଦେବା ନେଇ କହିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା । ଲାଲବାଗଚା ଗଣେଶ ପୂଜା ଦେଶ ସମେତ ବିଦେଶରେ ବି ପ୍ରସିଦ୍ଧ । ଯେଉଁଠିକୁ ବାପ୍ପାଙ୍କ ଦର୍ଶନ ପାଇଁ ଦେଶ ତଥା ବିଦେଶରୁ ବି ଶ୍ରଦ୍ଧାଳୁଙ୍କ ଭିଡ ଜମେ । ଏଠାରେ ବଡ ବଡ ତାରକା ଓ ବଲିଉଡ ରାନଜେତାଙ୍କ ଭିଡ ଜମେ । ବାପ୍ପାଙ୍କ ଦର୍ଶନ କରି ହସ୍ତଖୋଲା କରି ଦାନ ଦିଅନ୍ତି ଶ୍ରଦ୍ଧାଳୁ ।
ତେବେ ଚଳିତ ବର୍ଷ ଲାଲବାଗଚା ରାଜା ଗଣେଷ ପୂଜା ମଣ୍ଡପକୁ ଦୁଇ ଦିନ ମଧ୍ୟରେ ଏକ କୋଟିରୁ ଅଧିକ ଟଙ୍କା ଦାନ ଆକାରରେ ମିଳିଛି । ପ୍ରଥମ ଦିନ ଏହି ପୂଜା ମଣ୍ଡପକୁ ୪୦ ଲକ୍ଷ ଟଙ୍କାର ଦାନ ମିଳିଥିଲା ଓ ଦ୍ଵିତୀୟ ଦିନ ଏଥିରେ ଵୃଦ୍ଧି ହୋଇ ୬୦ ଲକ୍ଷ ୬୨ ହଜାରୁ ଅଧିକ ଟଙ୍କା ଦାନ ଆକାରରେ ମିଳିଥିଲା । ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ଵାନୀଙ୍କ ପୁଅ ଅନନ୍ତ ଅମ୍ଵାନୀ ମଧ୍ୟ ମୋଟା ଆକାର ଟଙ୍କା ଲାଲବାଗଚା ରାଜାଙ୍କୁ ଦାନ ଆକାରରେ ଦେଇଥିଲେ। ଯାହା ପାଇଁ ପୂଜା ମଣ୍ଡପର କାର୍ଯ୍ୟକର୍ତ୍ତା ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ଵର୍ତ୍ତମାନ ସୁଦ୍ଧା ଲାଲବାଗଚା ରାଜାଙ୍କୁ ୧୮୩ ଗ୍ରାମ ସୁନା ଓ ୬୨୨ ଗ୍ରାମ ରୁପା ଶ୍ରଦ୍ଧାଳୁଙ୍କ ନିକଟରୁ ମିଳିଛି। ୧୯୩୪ ମସିହାରୁ ପୁତଲାଵି ଚୌଲରେ ଲାଲବାଗଚା ରାଜାଙ୍କ ପୂଜାର୍ଚ୍ଚନା ହୋଇ ଆସୁଛି। ସେପ୍ଟେମ୍ଵର ୧୯ରୁ ୨୯ ୧୦ ଦିନ ଧରି ମୁମ୍ଵାଇରେ ଵିଘ୍ନଵିନାଶକ ଗଣେଶଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ।
ସୁନାର ମୁକୁଟ , ଗଣେଶଙ୍କ ପାଇଁ ସ୍ଵତନ୍ତ୍ର ଗଦା, ସୁନା ଓ ରୂପାର ଗଣେଶ ପ୍ରତିମା, ଗଣେଶ ଓ ଲକ୍ଷ୍ମୀ ଵିରାଜିତ ଥିଵା ସୁନା ଓ ରୂପାର ଅନେକ କଏନ, ଦାମୀ ସୁନା ଚେନ, ସୁନା ମୁଦି, ରୂପାର ମୂଷା, ପିତଳ ଘଣ୍ଟି, ରୂପା ଓ ସୁନାରେ ତିଆରି ଗଣେଷ ଭଗଵାନଙ୍କ ପ୍ରିୟ ପ୍ରସାଦ ମୋଦକ, ସୁନା ଏଵଂ ରୁପାର ଖଟ, ସୁନାରେ ତିଆରି ଘର କିଛି ଆଭୁସଣ ଯେପରି - ଖଡୁ, କାନର ନୋଳି, ରୁପାର ପାଦୁକା, ମୁକୁଟ,ହାର, ରୁପାର ପାଉଁଜି, ଗଦା ଆଦିକୁ ଶ୍ରଦ୍ଧାଳୁ ମାନେ ଦାନ ଆକାରରେ ଦେଇଛନ୍ତି । କେଵଳ ଭାରତୀୟ ମୁଦ୍ରା ନୁହଁ ଡଲାର ମଧ୍ୟ ଦାନ ଆକାରରେ ମିଳିଛି ।
ଆହୁରି ପଢନ୍ତୁ ଭାରତ ଖବର...
ଭୁବନେଶ୍ୱର : ଭୁବନେଶ୍ୱରରେ ଆରମ୍ଭ ହୋଇଛି ଟୁରିଜିମ ମେଳା । ୩ଦିନ ଧରି ହୋଟେଲ ପାଲ ହାଇଟରେ ଚାଲିବ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ତାଙ୍କର ପର୍ଯ୍ୟଟନ ସ୍ଥଳକୁ ନେଇ ବିଶେଷ ଆଲୋଚନା କରାଯିବ। ଓଡ଼ିଶାରେ ରହୁଥିବା ଲୋକମାନେ ଅନ୍ୟ ରାଜ୍ୟ ବୁଲିବାକୁ ଯିବାକୁ ଚାଂହୁଥିଲେ ସେମାନଙ୍କ ସୁବିଧା ପାଇଁ କଣ କଣ କରାଯାଇପାରେ ତାହା ଉପରେ ମଧ୍ୟ ଆଲୋଚନା ହେବ। ଓଡିଶା ମଧ୍ୟ ସେଥିରେ ଭାଗ ନେଇଛି। ଓଡ଼ିଶାରେ ହୋଇଥିବା ପର୍ଯ୍ୟଟନ ସ୍ଥଳକୁ ମଧ୍ୟ କିଭଳି ଅଧିକ ଆଗକୁ ନିଆଯାଇପାରେ ତାହା ଉପରେ ଆଲୋଚନା କରାଯିବ।
ଅଧିକ ପଢନ୍ତୁ ଓଡିଶା ଖବର
ଏପରି କାର୍ଯ୍ୟକ୍ରମ ଦ୍ବାରା ଜନ ସାଧାରଣ ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହେବେ .ଏବଂ ପର୍ଯ୍ୟଟନ ଦ୍ବାରା ଆର୍ଥିକ ଉନ୍ନତି ମଧ୍ୟ କିପରି ହେବ, ସେଥିପାଇଁ ଏହା ସାହାଯ୍ୟ କରିବ ବୋଲି କୁହାଯାଉଛି. ଏହା ଖୁବ ଛୋଟ ପଦକ୍ଷେପ, ଏହାକୁ ବଡ କରିବା ପାଇଁ ସରକାର ସାହାଯ୍ୟ କଲେ ଏହା ଆହୁରି ଭଲ ଭାବରେ ହେବାସହ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଉନ୍ନତି ହୋଇପାରିବ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଛି.