ସେପଟେ ଜାଗା ମିଶନ ନାରେ ପଟ୍ଟା ବଣ୍ଟନ ରେ ବି ବାରି ହୋଇଛି ଜାଲିଆତି ର ଗନ୍ଧ । ଏ ଦୃଶ୍ୟ ଭୁବନେଶ୍ବର ଶ୍ରୀରାମନଗର ବସ୍ତିର ।ଯେଉଁଠି ପ୍ରକୃତ ହିତାଧୀକାରୀଙ୍କୁ ପଟ୍ଟା ଦିଆନଯାଇ ଅଯୋଗ୍ୟଙ୍କ ନା ତାଲିକାରେ ଥିବା ଅଭିଯୋଗ ହୋଇଛି । ପଟ୍ଟା ବଣ୍ଟନ କୁ ବିରୋଧ କରି ବିଜେପି ନେତା, କର୍ପୋରେଟର ଓ ବସ୍ତି ବାସିନ୍ଦା ବିଜେପି ମୁଖ୍ୟ କାର୍ଯ୍ୟାଳୟ ରୁ ବାହାରି ବି ଏମ ସି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଗକୁ ସବୁ ବସ୍ତି ବୁଲିବା ସହ ଯେଉଁ ବସ୍ତି ବାସିନ୍ଦାଙ୍କର ନା ଜାଗା ମିଶନ ରେ ନାହିଁ ସେମାନଙ୍କ ଲିଷ୍ଟ ଆଣି ବିଏମସି କମିଶନର ଙ୍କୁ ଦେବେ ବୋଲି କହିଛ ବିଜେପି ଯାହାର ଜବାବ ରଖିଛି ବିଜେଡି ।
ଜାଗା ମିସନରେ ସରକାରୀ ଜମିରେ ଥିବା ବସ୍ତି ରେ ଲୋକଙ୍କୁ ୩୨୩ ବର୍ଗଫୁଟ ଜମି ମାଗଣା ରେ ଦେବେ ସରକାର । ବସ୍ତି ବାସିନ୍ଦା ଚାହିଁଲେ ୪୬୪ ବର୍ଗଫୁଟ ପର୍ଯ୍ୟନ୍ତ ଜମି ନେଇ ପାରିବେ । ଏଥିପାଇଁ ଅଂଚଳ ଓ୍ବାରୀ ସ୍ଥିର ହୋଇଥିବା ବେଞ୍ଚ ମାର୍କ ମୂଲ୍ୟ ହିସବାରେ ଅର୍ଥ ଦେବାକୁ ପଡିବ । ତେବେ ବସ୍ତି ବାସିନ୍ଦାଙ୍କ ସହ ଚଞ୍ଚକତା ନେଇ ବିରୋଧୀଙ୍କ ଅଭିଯୋଗ ଭିତରେ ବିଜେଡି ନିର୍ବାଚନ ପୂର୍ବରୁ ନିଜର ବସ୍ତି ଭୋଟ ସଜାଡିବାକୁ ଏଭଳି ଯୋଜନା କରିଥିବା ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର