ଶ୍ରୀମତୀ ସାହୁ କହିଛନ୍ତି ଯେ, ଦୀର୍ଘ ସମୟ ଧରି କମିଶନ ପଦବୀ ଖାଲି ପଡିବା କାରଣ ଦର୍ଶାଇ ଗିରିଜା ଲାଲ ସୀମାଙ୍କ ତରଫରୁ ସର୍ବୋଚ୍ଚ ନ୍ୟାୟଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଯାହାର ଶୁଣାଣି ଗତ ଜୁଲାଇ ମାସରେ ହୋଇସାରିଛି, ତଥାପି ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକୁ ଫୁ କରିଦେଇଥିଲେ । ଭିନ୍ନକ୍ଷମଙ୍କ ଦୁଃଖ ସେତିକିରେ ସରିନଥିଲା, ପୁନଃର୍ବାର ଉତ୍କଳ ଦୃଷ୍ଟିହୀନ ସଂଘ ତରଫରୁ ଉଚ୍ଚ ନ୍ୟାୟଳୟରେ ଆଉ ଏକ ଜନସ୍ୱାର୍ଥ ମାମଲା ଆଗତ ହୋଇଥିଲା । ଗତ ମେ ମାସ ୨୯ତାରିଖରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୂରଲୀଧରନ୍ ଏବଂ ଜି. ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଛଅ ସପ୍ତାହ ମଧ୍ୟରେ ଭିନ୍ନକ୍ଷମ ନିଯୁକ୍ତି କରିବାକୁ ସତ୍ୟପାଠ ଦାଖଲ ପାଇଁ ସାମାଜିକ ସୁରକ୍ଷା ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିନଥିଲେ ।
ବିଜୁ ଜନତା ଦଳର ସରକାର ଏଭଳି ଏକ ସରକାର ଯିଏ କୋର୍ଟର ଅର୍ଡରକୁ ଅବମାନନା କରିବାରେ ସାରା ବିଶ୍ୱରେ ଏକ ନମ୍ବର । ପାଖାପାଖି ଶହେରୁ ଊର୍ଦ୍ଧ୍ୱ କୋର୍ଟର ନିର୍ଦ୍ଦେଶକୁ ଅବମାନନା କରିଛି ବିଜୁ ଜନତା ଦଳ । ଲାଗୁଛି ରାଜ୍ୟ ସରକାରଙ୍କ ଡଷ୍ଟବିନ୍ରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପଡିରହିବା ଗଣତନ୍ତ୍ର ପ୍ରତି ବିପଦ । ରାଜ୍ୟ ସରକାର କମିଶନ ଗୁଡିକୁ କେବଳ ରାଜନୈତିକ ଥଇଥାନର କେନ୍ଦ୍ର ନକରି ଏହାକୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ କରନ୍ତୁ । ବିଶେଷ କରି ଭିନ୍ନକ୍ଷମଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନ୍ଧ, ମୁକ, ବଧିର ନହୋଇ ସେମାନଙ୍କ ପାଇଁ ଉଚ୍ଚିତ ପଦକ୍ଷେପ ନେବା ସହିତ ସରକାର ଦରଦୀହୀନ ଚିନ୍ତାଧାରାରୁ ମୁକ୍ତ ରୁହନ୍ତୁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ଅଧିକ ପଢ଼ନ୍ତୁ ରାଜନୀତି ଖବର