ନଭେମ୍ୱର 16ରୁ ବିଦ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ରହିଥିବା ବେଳେ, ନଭେମ୍ୱର 30 ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ। ନଭେମ୍ବର ୧୫ ଯାଏଁ ସିନେମାହଲ୍ ଓ ସୁଇମିଂପୁଲ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ଏହି ଅନଲକ୍- 6.0ରେ ଅନେକ କାର୍ଯ୍ୟକୁ କୋହଳ ଯିବା ସହ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବଳବତ୍ତର ରହିବ । ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ଅନ୍ୟସବୁ ସେବାକୁ ବନ୍ଦ କରାଯାଇଛି । ଏ ନେଇ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ଅବରୋଧ ଅଞ୍ଚଳ ଚିହ୍ନଟ କରିବେ।
ତେବେ ଅନଲକ୍ – 6.0ରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ, ଆସନ୍ତୁ ଜାଣିବା ।
- ନଭେମ୍ୱର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ
- ନବମରୁ ଦ୍ୱାଦଶ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ୩୦ ଯାଏଁ ବନ୍ଦ
- ସ୍ଥାନୀୟ ପ୍ରଶାସନ ଅନୁମତିରେ ଖୋଲି ପାରିବ ଧର୍ମାନୁଷ୍ଠାନ
- ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ
- ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଅନୁମତି ଦେଇପାରିବେ
- ନଭେମ୍ବର ୧୫ ଯାଏଁ ବନ୍ଦ ରହିବ ସିନେମା ହଲ୍, ସୁଇମିଂ ପୁଲ୍
- ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ
- ବାହାଘରରେ ସର୍ବାଧତ୍କ ୨୦୦ ଲୋକ ଯୋଗ ଦେଇପାରିବେ
- ଅନ୍ତିମ ସଂସ୍କାରରେ ସର୍ବାଧତ୍କ ୫୦ ଜଣ ଯୋଗ ଦେଇପାରିବେ
- କଣ୍ଟେନ୍ମେଣ୍ଟ ଜୋନ୍ରେ ପୂର୍ବଭଳି କଟକଣା ବଳବତ୍ତର ରହିବ
- ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ସ୍ଥିର କରିବେ କଣ୍ଟେନ୍ମେଣ୍ଟ ଜୋନ୍
ସେପଟେ ଏ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ପାଳନ କରିବାକୁ କହିଛନ୍ତି ବିଏମସି କମିଶନର । ସରକାରଙ୍କ SOP ଅନୁସାରେ ବିଦ୍ୟାଳୟ ଖୋଲାଯିବ । ସେହିପରି ସ୍ଥାନୀୟ ଲୋକଙ୍କ ମତାମତ ନିଆଯାଇ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେବାକୁ କୁହାଯାଇଛି ।
ମନ୍ଦିର ବନ୍ଦ ରହିବାକୁ ନେଇ ଲିଙ୍ଗରାଜ ମନ୍ଦିର ବଡୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି, ମନ୍ଦିର ଖୋଲା ଅଛି କିନ୍ତୁ, ଭକ୍ତଙ୍କୁ ଅନୁମତି ନାହିଁ। ପ୍ରଶାସନ ଖୋଲିବା କଥା କହିଲେ ଆମେ ସ୍ୱାଗତ କରିବୁ । କାର୍ତ୍ତିକ ମାସ ପାଇଁ ମନ୍ଦିରରେ ଭିଡ଼ ହେବା କାରଣରୁ ଯଦି ବି ମନ୍ଦିର ଖୋଲାଯାଏ କରୋନା କଟକଣା ମଧ୍ୟରେ ଖୋଲାଯିବ ବୋଲି କହିଛନ୍ତି ।