ଝାରସୁଗୁଡାରେ ନବ ସରକାର
ଭୁବନେଶ୍ଵର: ଓଡ଼ିଶାରେ କୋଭିଡ ନିୟମ କଡାକଡି ହେବ। ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭିଡ଼ ଜାଗା ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁସାରେ ଯଥେଷ୍ଟ କୋରୋନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ଦିନକୁ ଦିନ କରୋନର ପ୍ରଭାବ କମୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ କମିବାକୁ ନାମ ଥରୁ ନାହିଁ। ଦେଶର ଅନ୍ୟ କିଛି ରାଜ୍ୟରେ ମଧ୍ୟ କରୋନାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। କିଛି ସ୍ଥାନରେ ମଧ୍ୟ ଲକଡାଉନ ଫେରିଛି।
ଜନ ଗହଳି ପୂର୍ଣ୍ଣ ସ୍ଥାନ ଯେମିତିକି, ଧର୍ମାନୁଷ୍ଠାନ ବଜାର ଆଦି ଅନେକ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବା ସହ, କୋଭିଡ ନିୟମ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିର ଏଭଳି ନିଷ୍ପତ୍ତି ନିଆଯାଇଛି।