ଭୁବନେଶ୍ଵର: ମାଟ୍ରିକ ପରୀକ୍ଷା ଫଳା ଫଳ ବାହାରିବା ପରେ ଛାତ୍ରଛାତ୍ରୀଙ୍କ ନାମ ଲେଖାକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଉପରେ ତୁରନ୍ତ ଜବାବ ରଖିବାକୁ ରାଜ୍ୟ ସରକାରଙ୍କ ନିକଟରେ ଏବିଭିପି ଦାବି କରିଛି।
ପରିଷଦ କହିଛି ଯେ ପାସହାର ଏବଂ ସିଟ ସଂଖ୍ୟା ମଧ୍ୟରେ ଏକ ବୃହତ୍ତ ମାର୍ଜିନ ରହୁଛି। ଯାହାକି ଭବିଷ୍ୟତରରେ ରାଜ୍ୟର ଶିକ୍ଷାକ୍ଷେତ୍ରରେ ଏକ ବଡ ସମସ୍ୟା ସୃଷ୍ଟି କରିବ। ପ୍ରବେଶିକାରେ ସ୍ବଚ୍ଛତା ସହିତ ଉଚିତ ମାନଦଣ୍ଡ ନିର୍ଦ୍ଧାରଣ କରାଯାଉ ଏବଂ ସରକାର ରାଜ୍ୟର ଆଞ୍ଚଳିକ ମହାବିଦ୍ୟାଳୟ ମାନଙ୍କର ସିଟ ସଂଖ୍ୟା ବୃଦ୍ଧି କରିବାର ଦୁଇଟି ଦାବି ଏବିଭିପି, ରାଜ୍ୟ ସରକାରଙ୍କ ନିକଟରେ ରଖିଛି।
କୋରୋନାର ପ୍ରକୋପ କାରଣରୁ ବିଦ୍ୟାର୍ଥୀ ମାନଙ୍କର ଶିକ୍ଷାବର୍ଷ ନିହାତି ଭାବେ ବାଧାପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ଆମ ରାଜ୍ୟ ଓଡିଶାରେ ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ଫଳାଫଳ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ବାତାବରଣ ମଧ୍ୟ ରହିଛି ଏବଂ ଫଳାଫଳ ନିଶ୍ଚିତ ଭାବେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସନ୍ତୁଷ୍ଟ କରିପାରିଛି। ଏହି ବର୍ଷ ଆମ ଓଡିଶାର ପାସ ହାର ହେଉଛି ୯୭. ୮୯ ପ୍ରତିଶତ ଯାହାକି ରେକର୍ଡ ସୃଷ୍ଟି କରିଛି କିନ୍ତୁ ଏହି ରେକର୍ଡ ମଧ୍ୟରେ ଆଉ ଏକ ସମସ୍ୟା ଆସି ପହଞ୍ଚିଛି ତାହା ହେଉଛି ଆଡମିସନ ଚିନ୍ତା।
ପ୍ରତିବର୍ଷ ଯୁକ୍ତଦୁଇରେ ରାଜ୍ୟରେ ପ୍ରାୟ ଏକ ଲକ୍ଷ ସିଟ ଖାଲିପଡେ କିନ୍ତୁ ଏହି ବର୍ଷ ସୀଟର ଅଭାବ ଦେଖାଯିବାର ସନ୍ଦେହ ଉପୁଜିଲାଣି। ରେଗୁଲାର,ଏକ୍ସ-ରେଗୁଲାର, ମୁକ୍ତ ବିଦ୍ୟାଳୟ, ମଧ୍ୟମା ଓ ମଦ୍ରାସାକୁ ମିଶାଇ ସମୁଦାୟ ୬ ଲକ୍ଷ ୧୭ ହଜାର ୮୬୭ ବିଦ୍ୟାର୍ଥୀ ଦଶମ ଶ୍ରେଣୀ ପାସ କରିଛନ୍ତି ଏବଂ ପ୍ରତିବର୍ଷ ସିବିଏସଇ,ଆଇସିଏସଇ ବୋର୍ଡରୁ ପ୍ରାୟ ୧୦୦୦୦ ବିଦ୍ୟାର୍ଥୀ ଯୁକ୍ତ ଦୁଇ କିମ୍ବା ଡିପ୍ଲୋମା ଶିକ୍ଷରେ ଆଡମିସନ ନିଅନ୍ତି । ଏହି ବର୍ଷ ପ୍ରାୟ ୬ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ଆଡମିଶନ ନେବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି। କିନ୍ତୁ ରାଜ୍ୟରେ ଥିବା ମୋଟ ୨ହଜାର ୩୨ଟି ଯୁକ୍ତଦୁଇ ମହାବିଦ୍ୟଳୟର ସୀଟ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ଏବଂ ସରକାରୀ ଓ ଘରୋଇ ଡିପ୍ଲୋମା ଏବଂ ଆଇଟିଆଇକୁ ମିଶାଇ ୧ ଲକ୍ଷ ୫୯ ହଜାର ୭୫୯ ସୀଟ ରହିଛି ଏହିପରି ଭାବେ ରାଜ୍ଯରେ ବର୍ତମାନ ୬ ଲକ୍ଷ ୩ ହଜାର ୧୧୩ ସିଟ ଉପଲବ୍ଧ ରହିଛି । ଏହି ଆକଳନରୁ ଜଣାପଡୁଛି ଯେ ଏହି ବର୍ଷ ପ୍ରାୟ ୨୪ ହଜାର ଛାତ୍ରଛାତ୍ରୀ ଏଡମିଶନ ପ୍ରକ୍ରିୟରୁ ବଞ୍ଚିତ ହୋଇପାରନ୍ତି। ସିଟର ଅଭାବ କାରଣରୁ ଅନେକ ପ୍ରଶ୍ନ ଆଜି ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ରହୁଛି।
ଅର୍ଗସ ବ୍ୟୁରୋ : ଚେନ୍ନାଇରେ ତାଣ୍ଡବ ରଚୁଛି ବାତ୍ୟା ମିଗଜୋମ୍ର । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ମଧ୍ୟ ଲାଗିରହିଛି । ଫଳରେ ଉବୁଟୁବୁ ହେଉଛି ଚେନ୍ନାଇ । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ : ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା, ଭାଙ୍ଗିଲାଣି ବଡ ବଡ ଗଛ
ଚେନ୍ନାଇର ଇଷ୍ଟକୋଷ୍ଟ ରୋଡ୍ରେ ପ୍ରବଳ ବର୍ଷା ଯୋଗୁ ନିର୍ମାଣାଧୀନ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି । ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟାଙ୍କଠାରୁ ଆରମ୍ଭ କରି ଅଫିସ୍ ସବୁ ବନ୍ଦ ଘୋଷଣା କରାଯାଇଛି