ଯେଉଁଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଘୋଷଣା କରିଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ମିଶନ ଶକ୍ତିର ମହିଳାଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ନେଇପାରିବେ। ମାତ୍ର ଏହା କେବେ ଠାରୁ କେନ୍ଦ୍ର ସରକାର ଘୋଷଣା କରି ସାରିଛନ୍ତି।
ଏହା ସହ କେନ୍ଦ୍ର ସରକାରଙ୍କ ଏହି ସ୍କିମରେ ରାଜ୍ୟର 22 ଟି ଜିଲ୍ଲା ଅନ୍ତର୍ଭୁକ୍ତ ଅଛନ୍ତି। ବାକି ଯେଉଁ 8 ଟି ଜିଲ୍ଲା ରହିଛି ସେହି ଜିଲ୍ଲାର ମହିଳାଙ୍କ ପାଇଁ କଣ କରିଛନ୍ତି ରାଜ୍ୟ ସରକାର ବୋଲି ପ୍ରଶ୍ନ ପଚାରିଛି ବିଜେପି।
ଯେଉଁ 8 ଟି ଜିଲାରେ ବିନା ପରିସର ଭୁକ୍ତ ଏସଏଚଜି ଗ୍ରୁପ ଅଛନ୍ତି ତାହା ସାର୍ଵଜନୀନ ପାଇଁ ବିଜେପି ପକ୍ଷରୁ ଦାବି କରିଛନ୍ତି। ସେହିପରି ଦିନ ଦୟାଲ ସ୍କିମ ଅନୁସାରେ କେନ୍ଦ୍ର ସରକାର 60 ପ୍ରତିସତ ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର 40 ପ୍ରତିସତ ରାଜ୍ୟ ସରକାର ଦେଉଛନ୍ତି। ମାତ୍ର ରାଜ୍ୟ ସରକାର ଏହାକୁ କିପରି ନିଜ ଯୋଜନା ବୋଲି କହୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।