Bhakti: Bhabare Bhagabata | EP -437 | Argus News
ଇନ୍ଦ୍ରାବତୀରେ ୨୦ଫୁଟର ଘାଇ

କଳାହାଣ୍ଡି: କଳାହାଣ୍ଡିରେ ଥିବା ଇନ୍ଦ୍ରବତୀ କେନାଲର ଡ଼ାହାଣ ପାଖରେ ଘାଇ ହୋଇ ପଣ୍ଡି ଗାଁରେ ୪ଫୁଟର ପାଣି ପଶିଯାଇଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀର ଦକ୍ଷିଣ ମୁଖ୍ୟ କେନାଲରେ ୨୦ଫୁଟର ଘାଇ ସୃଷ୍ଟି ହୋଇଛି । ଏହା ଏକ କୁତ୍ରିମ ବନ୍ୟା ଭଳି ଲାଗୁଛି । ଏହି ୨୦ଫୁଟର ଘାଇ ଯୋଗୁଁ ପଣ୍ଡି ଗାଁରେ ୪ଫୁଟର ପାଣି ପଶିଯାଇଥିବା ଜଣାପଡ଼ିଛି । ପଣ୍ଡି ଗାଁର ଶହ ଶହ ଏକର ଜମି ପାଣି ଘେରରେ ରହିଥବାରୁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଟଣାସ୍ଥଳରେ ଇନ୍ଦ୍ରାବତୀର ଇଞ୍ଜିନିୟରିଂ ଟିମ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
Download Argus News App
