ଭୁବନେଶ୍ୱର: ଅରୂପଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ନାମରେ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରା । ଅରୂପ ସରକାରୀ କଳର ଅପବ୍ୟବହାର କରୁଥିବା ସେ ଅଭିଯୋଗ ଆଣିଛନ୍ତି ।
କେନ୍ଦ୍ରାପଡାରେ ଅରୂପ ପଟ୍ଟନାୟକ ବିଜୁ ଯୁବ ବାହିନୀକୁ ଏକାଠି କରୁଛନ୍ତି । ସେଠାରେ ବିଜୁ ଯୁବ ବାହିନୀକୁ ଦଳୀୟ ପ୍ରଚାର କାମରେ ଲଗାଯାଉଛି । ତେଣୁ ଅରୂପ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି । ଅରୂପ ପୂର୍ବରୁ ବିଜୁ ଯୁବ ବାହିନୀ ମୁଖ୍ୟ ଦାୟିତ୍ୱରେ ଥିଲେ । ନିର୍ବାଚନ ପୂର୍ବରୁ ସେ ବିଜୁ ଯୁବ ବାହିନୀ ଛାଡିଥିଲେ । ବିଜୁ ଯୁବ ବାହିନୀ ଏକ ସରକାରୀ ଯୋଜନା । ତେଣୁ ଅରୂପଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସୁନାକର ବେହେରା ଦାବି କରିଛନ୍ତି ।
