କାକଟପୁର: ପୁଣି ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ । କାକଟପୁର ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ । ବିଧାୟକ ପ୍ରାର୍ଥୀ ରବି ମଲିକଙ୍କୁ ଗାଁରେ କଟକ ରଖିବା ସହ ଆକ୍ରମଣ ହୋଇଛି । ନିର୍ବାଚନ ପ୍ରଚାର ବେଳେ ଶ୍ରୀରାମପୁର ଗାଁରେ ଆକ୍ରମଣ ଅଭିଯୋଗ । ଗାଁରେ ବିରୋଧୀ ଗୋଷ୍ଠୀମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିରୋଧୀମାନେ ରବି ମଲିକଙ୍କୁ ଅଟକ ରଖିଥିଲେ । ଦୁଇ ଘଣ୍ଟା ପରେ ପୋଲିସ ତାଙ୍କୁ ଉଦ୍ଧାର କରିଛି । ଏନେଇ କାକଟପୁର ଥାନାରେ ଏତଲା ଦେଇଛନ୍ତି ରବି ମଲିକ । ଏହାପରେ ପୋଲିସ ତନାଘନା ଆରମ୍ଭ କରିଛି ।
ଗତକାଲି ରାତିରେ ନିଜର କର୍ମୀ ସମ୍ମିଳନୀ ସାରି ଫେରିବା ସମୟରେ କାକଟପୁର ଶ୍ରିରାମ ପୁର ଗ୍ରାମରେ ରବି ମଲ୍ଲିକୁ ବିରୋଧ କରିଥିଲେ । ସେ ପ୍ରତିବାଦ କରିବାରୁ ରବି ମଲ୍ଲିକ ଓ ତାକ କର୍ମିକୁ କିଛି ବିରୋଧୀ କଂଗ୍ରେସ କର୍ମୀ ମାରଣାତ୍କ ଆକ୍ରମଣ କରିଥିଲେ । ଖବର ପାଇଁ କାକଟପୁର ପୋଲିସ ବିଜେପି ବିଧାୟକ ରବିମଲ୍ଲିକ ଓ ତାଙ୍କ ସମର୍ଥକଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ରବିମଲ୍ଲିକ ସମେତ ୩ଜଣ ଆହତ ହୋଇଛନ୍ତି ।
