ବାଲେଶ୍ୱର: ପୁଣି ପୋଲିଂ କର୍ମଚାରୀ ହଟହଟା । ସାରା ରାତି ରାସ୍ତାରେ କାଟିଲେ ପୋଲିଂ କର୍ମଚାରୀ । ରହିବା ପାଇଁ ବ୍ୟବସ୍ଥା ନ କରାଯାଇଥିବାରୁ ଶେଷରେ ଖୋଲା ଆକାଶ, ମନ୍ଦିର ବାରଣ୍ଡା ଓ ସ୍କୁଲ ବାରଣ୍ଡାରେ ରାତି କାଟିଛନ୍ତି ପୋଲିଂ କର୍ମଚାରୀ ।
ଆସନ୍ତା ଏପ୍ରିଲ ୨୯ ତାରିଖରେ ବାଲେଶ୍ୱରରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାୟ ୫୦ ଜଣ ପୋଲିଂ ଅଫିସର ଖୋର୍ଦ୍ଧାରୁ ଏକ ବସ୍ରେ ଯାଇ ବାଲେଶ୍ୱରରେ ପହଁଚିଥିଲେ । ସମସ୍ତଙ୍କର ରହିବା ପାଇଁ ସହଦେବଖୁଣ୍ଟା ସ୍ଥିତ ବାଳାଶ୍ରମରେ ରହିବାକୁ ନିର୍ଦ୍ଦେଶ ଥିଲା । କିନ୍ତୁ ସେଠାରେ ତାଲା ଝୁଲୁଥିଲା । ନିକଟରେ ଥିବା ମ୍ୟୁନିସିପାଲ ନୋଡାଲ ଉପ୍ରା ବିଦ୍ୟାଳୟରେ ପୂର୍ବରୁ କିଛି ପୋଲିଂ କର୍ମଚାରୀ ଆସି ରହିଥିଲେ ମଧ୍ୟ ପରେ ପହଁଚିଥିବା କର୍ମଚାରୀଙ୍କ ପାଇଁ ସେଠାରେ କିଛି ବ୍ୟବସ୍ଥା ନ ଥିଲା । ଶେଷରେ ସେମାନେ ଖୋଲା ଆକାଶ, ମନ୍ଦିର ବାରଣ୍ଡା ଓ ସ୍କୁଲ ବାରଣ୍ଡାରେ ରାତି ସାରା ରହିଛନ୍ତି । ଏ ନେଇ ପୋଲିଂ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
