ବିଧାନସଭାରେ ବିଧାୟକ ମହମ୍ମଦ ମୋକିମଙ୍କ ଏଭଳି ପ୍ରଶ୍ନ ବାଣରେ ଘାଇଲା ହୋଇଛନ୍ତି ରାଜ୍ୟ ସରକାର। କଂଗ୍ରେସ ବିଧାୟକ ମହମ୍ମଦ ମୋକୀମ ସିଧା ନିଶାନରେ ରାଜ୍ୟ ସରକାର। ସେ ନିଜ ବିବୃତ୍ତିରେ କହିଛନ୍ତି, ‘ଆମେ ଏଠି ଯେତିକି ସମୟ ବସିଲେଣି ଏହାରି ଭିତରେ ୩ ଦୁଷ୍କର୍ମ ଘଟଣା ଆସିଲେଣି। କିନ୍ତୁ ସଦସ୍ୟ ଥାଇ ବି ସୁରକ୍ଷା ଦେଇପରୁନାହାନ୍ତି ଟ୍ରେଜେରି ବେଞ୍ଚ। ମୁଁ କିଛି ଦିନ ତଳେ ବାହାରକୁ ଯାଇଥିଲି। କିଛି ଜାତୀୟ ଗଣମାଧ୍ୟମ ପ୍ରତିନିଧି ମୋ ସହ ଆଲୋଚନା କରି କହିଲେ କି ଆପଣ ଙ୍କ ରାଜ୍ୟରେ ଜଣେ ମନ୍ତ୍ରୀଙ୍କ ହତ୍ୟା ହେଉଛି କିନ୍ତୁ କାରଣ ଆଜିବି ଅସ୍ପଷ୍ଟ।’
ଗୃହରେ ୨୦୦୦ ମସିହାର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ କଥା ମଧ୍ୟ ଉଠାଇଛନ୍ତି ମୋକିମ। କହିଛନ୍ତି ‘ଜଣେ ଅଞ୍ଜନା ମିଶ୍ର ପାଇଁ ଜାନକୀ ବାବୁ ଇସ୍ତଫା ଦେଇଦେଇଥିଲେ। କିନ୍ତୁ ଏବେ ଏହି ସରକାରରେ ରାଜ୍ୟରେ ଅନେକ ଅଞ୍ଜନା ଦୁଷ୍କର୍ମ ହେଉଛନ୍ତି। ତେବେ ଆପଣଙ୍କ ମୁଖ୍ୟମନ୍ତ୍ରୀ କରୁଛନ୍ତି କଣ ? ତାଙ୍କ ମନ୍ତ୍ରୀ ମଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଚୁପ୍ କଣ ପାଇଁ? ଶାସକ ସଦସ୍ୟ UP କଥା କହୁଛନ୍ତି କିନ୍ତୁ ସେ ରାଜ୍ୟ ଲୋକ ସଂଖ୍ୟା ଆଉ ଆମ ରାଜ୍ୟ ଲୋକ ସଂଖ୍ୟାକୁ ଟିକେ ଆକଳନ କରି ଦେଖନ୍ତୁ।’
ସରକାରଙ୍କୁ ମୋକିମଙ୍କ ଏମିତି କଟାକ୍ଷ ପରେ ଗୃହରେ ହଟଚମଟ ସୃଷ୍ଟି ହୋଇଥିଲା।
ଗୃହରେ ମୁଖ୍ୟମନ୍ତ୍ରୀ ରଖିବାକୁ ଥିବା ବିବୃତି ଉପରେ ରହିବ ସମସ୍ତଙ୍କ ନଜର