ଅର୍ଗସ ବ୍ୟୁରୋ: ଜରାଜୀର୍ଣ୍ଣ ଭାବରେ ପଡିରହିଛି ବରପୁତ୍ରଙ୍କ ପ୍ରତିମୂର୍ତ୍ତି। ଜଙ୍ଗଲ ଘେରରେ ରହିଯାଉଛି ମହାପୁରୁଷଙ୍କ ପ୍ରତିମୂର୍ତ୍ତି। ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ପ୍ରତିମୂର୍ତ୍ତିରେ ଶୁଖିଲା ଫୁଲ ହାର ପଡ଼ିରହିଛି ତ ଆଉ କେଉଁଠି ଅସଜଡ଼ା ଓ ଅପରିଷ୍କାର ହୋଇ ପଡ଼ିରହିଛି । ପ୍ରତିମୂର୍ତ୍ତି ଏବେ ଜଙ୍ଗଲ ଘେର ମଧ୍ୟରେ ରହିଛି । ଉତ୍କଳ ଗୁରୁ ପଣ୍ଡିତ ନୀଳକଣ୍ଠ ଦାସ, ସ୍ବର୍ଗତ କର୍ମବୀର ଗୌରୀଶଙ୍କର ରାୟ ,ପଣ୍ଡିତ ଗୋଦାବରୀଶ ମିଶ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କବିବର ରାଧାନାଥ ରାୟଙ୍କ ପ୍ରତିମୂର୍ତ୍ତି ରହିଥିବା ଚାରିପାଖ ଅନାବନା ଗଛର ଜଙ୍ଗଲ ହେଇଗଲାଣି । ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଚାରିପଟେ ଛୋଟ ଛୋଟ ଗଛଠାରୁ ଆରମ୍ଭ କରି ବଡ଼ ଗଛ ଉଠିଗଲାଣି। ଏଥିପ୍ରତି ସଂସ୍କୃତି ପ୍ରେମୀ ମାନେ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି ।
ସଂସ୍କୃତି ବିଭାଗ ଅଧୀନରେ ଥିବା ୭୧ଟି ପ୍ରତିମୂର୍ତ୍ତିଗୁଡିକର ରକ୍ଷଣାବେକ୍ଷଣ ପାଇଁ ୨ ଥର ଟେଣ୍ଡର ପ୍ରକ୍ରିୟା କରାଯାଇଛି। ହେଲେ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ପାଇଁ ଏପର୍ଯ୍ୟନ୍ତ କାହାରିକୁ ଦାୟିତ୍ବ ଦିଆଯାଇପାରିନାହିଁ । ବିଭିନ୍ନ ସମୟରେ ସଂସ୍କୃତି ବିଭାଗ ଓ ବିଏମସିରେ ସହାୟତାରେ ସଫାସୁତୁରା କରାଯାଉଛି। ବରପୁତ୍ରଙ୍କ ପ୍ରତିମୂର୍ତ୍ତି ରକ୍ଷଣାବେକ୍ଷଣା ପାଇଁ ୨ଥର ଟେଣ୍ଡର ପ୍ରକ୍ରିୟା କରାଯାଇଥିଲା।
ଯଦି ଆଗକୁ ଏମିତି ଅବସ୍ଥା ଜାରିରୁହେ ତେବେ ଏହା ଓଡ଼ିଆ ସଂସ୍କୃତି ଅପମାନ ସଦୃଶ ହେବ । ତେଣୁ ଏହାର ଯଥା ଶୀଘ୍ର ନିରାକରଣ ନିହାତି ଆବଶ୍ୟକ । ଯଦି ଏହା ନହୁଏ ତେବେ ଏହା ଆନ୍ଦୋଳନ ରୂପ ନେବ।