ସିଲ୍ କଭରରେ ସରକାରଙ୍କ ପକ୍ଷରୁ ଦାଖଲ ହୋଇଛି ଏହି ଷ୍ଟାଟସ ରିପୋର୍ଟ । ତଦନ୍ତ ଚାଲୁ ରହୁଥିବାରୁ ସିଲ୍ କଭରରେ ଦାଖଲ କରାଯାଇ ଥିବା ଅବଗତ । ଖୁବଶୀଘ୍ର ତଦନ୍ତ ଶେଷ କରାଯିବ ବୋଲି କହିଲେ ସରକାରୀ ଓକିଲ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅବସରପ୍ରାପ୍ତ ଜିଲ୍ଲା ଜଜ ଏବିଏସ ନାଇଡୁଙ୍କୁ ତଦନ୍ତର ତଦାରଖ ଦାୟିତ୍ୱ ଦିଆଯାଇଛି ।
ଏ ସମ୍ପର୍କରେ ସଂପୃକ୍ତ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ସରକାରୀ ଓକିଲ । ଇଣ୍ଟରଭେନିଙ୍ଗ ପିଟିସନ ପାଇଁ ପକ୍ଷ ରଖିଲେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ଇଣ୍ଟରଭେନିଙ୍ଗ ପିଟିସନର କପି ଆବେଦନକାରୀ ଓକିଲଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୨୩ ରେ ହେବ ମାମଲାର ବିସ୍ତୁତ ଶୁଣାଣି ।